କନକ ବ୍ୟୁରୋ : କୋଭିଡ୍ ଟିକାର ଅଭାବ ନାହିଁ । ଏନେଇ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିକା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପ୍ରସଙ୍ଗରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଓଡ଼ିଶା କିମ୍ବା ଦେଶର କୌଣସି ରାଜ୍ୟରେ ଟିକାର ଅଭାବ ହେବନାହିଁ ।
ଓଡ଼ିଶାରେ କୋଭିଡ୍ ଟିକା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଥା ହୋଇଛନ୍ତି । ଟିକାର କୌଣସି ଅଭାବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଓଡ଼ିଶାରେ ଏଯାଏଁ ୩୪.୪୬ ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଇଛି । ଆଉ ଏଥି ମଧ୍ୟରୁ ରାଜ୍ୟରେ ୨୩ ଲକ୍ଷ ଡୋଜ୍ ଟିକାକରଣ ହୋଇଛି । ତେବେ ମାର୍ଚ୍ଚ ୨୮ ତାରିଖରେ ଓଡ଼ିଶାକୁ ଆଉ ୫.୫ ଲକ୍ଷ ଟିକା ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/dharmendra-pradhan-780x470.jpg)