କନକ ବ୍ୟୁରୋ: ବାରଣ୍ଡାରେ ଚାଲିଛି ଭବିଷ୍ୟତ ଗଢା । ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଭିତିିଭୂମି ସୁଦୃଢ ପାଇଁ ନିଆଯାଉଛି ପଦକ୍ଷେପ । ୫-ଟି ଅନ୍ତର୍ଭୁକ୍ତ କରିବା ସହ ଉନତି କରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ହେଲେ ଏହି ଦୃଶ୍ୟ ଦେଖିଲେ ବିଦ୍ୟାଳୟ ଉନ୍ନତିକରଣ କେତେଦୂର ହେଉଛି ତାହା ସ୍ପଷ୍ଟ ଅନୁମାନ କରିହୁଏ । ଏହି ଦୃଶ୍ୟ ହେଉଛି ବିଂଝାରପୁର କପିଳା ପଂଚାୟତର ଭାସ୍କର ସାମଲ ବିଦ୍ୟାଳୟ । ଏଠାରେ ପ୍ରଥମରୁ ଅ୍ଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ପାଠ ପଢିବାକୁ ପିଲା ବି ଅଛନ୍ତି । ହେଲେ ପାଠ ପଢିବାକୁ ଶ୍ରେଣୀ ଗୃହର ରହିଛି ଅଭାବ । ପ୍ରତିଦିନ ପିଲାମାନଙ୍କର ବାରଣ୍ଡାରେ ଚାଲିଛି ପାଠପଢା । ବର୍ଷାରୁ ନେଇ ଶୀତ କାକର ସବୁ ଦିନ ପିଲାମାନଙ୍କର ଏଠାରେ ଚାଲିଛି ପାଠ ପଢା । ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ଏପର୍ଯ୍ୟନ୍ତ ଏହି ଶ୍ରେଣୀ ଗୃହ ସମସ୍ୟାର ସମାଧାନ ହୋଇପାରୁନି । ଆଗକୁ ପିଲା ସଂଖ୍ୟା ବଢୁଥିବା ବେଳେ ଶ୍ରେଣୀ ଗୃହ ନଥିବାରୁ କେମିତି ପାଠ ପଢା ହେବ ତାକୁ ନେଇ ଉଠିଛି ପ୍ରଶ୍ନ?

Advertisment