ଗାଁକୁ ରାସ୍ତା ନାହିଁ ତ ଭୋଟ୍ ନାହିଁ । ଚେତାବନୀ ଦେଲେ ରାଇରଙ୍ଗପୁର ନାଗଭଣ ଗାଁର ଲୋକେ

92

କନକ ବ୍ୟୁରୋ : ଗାଁକୁ ରାସ୍ତା ନହେଲେ ଭୋଟ୍ ବର୍ଜନ ନିଷ୍ପତ୍ତି । ନିର୍ବାଚନ ଆସିଲେ ନେତା ଆସୁଛନ୍ତି, ପ୍ରତିଶ୍ରୁତି ମଧ୍ୟ ମିଳୁଛି, ହେଲେ ନିର୍ବାଚନ ସରିଗଲେ ଜନତାଙ୍କ କଥା ଭୁଲିଯାଉଛନ୍ତି ନେତା । ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଚଳିତ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ରାଇରଙ୍ଗପୁର ନାଗଭଣ ଗାଁର ଲୋକେ । ବର୍ଷ ବର୍ଷ ଧରି ରାସ୍ତା ଓ ଡ଼୍ରେନେଜ ସମସ୍ୟାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସଦର ବ୍ଲକ ଠାରୁ ମାତ୍ର ୪ରୁ ୫ କିଲୋମିଟର ଦୁରରେ ଥିବା ଏହି ଗାଁ ବିକାଶଠାରୁ ବହୁ ଦୁରରେ ରହିଛି । ଆଣ୍ଠୁଏ ଆଣ୍ଠୁଏ ଖାଲ ଖମାରେ ଭର୍ତି ହୋଇଛି ଗାଁ ରାସ୍ତା । ଅଧପନ୍ତରିଆ ଡ଼୍ରେନେଜ ବ୍ୟବସ୍ଥା ଯୋଗୁଁ ମୁଖ୍ୟ ରାସ୍ତାରେ ଗଡ଼ୁଛି ନର୍ଦ୍ଦମା ପାଣି । ତେଣୁ ରାସ୍ତା ଓ ଡ଼୍ରେନ୍ ସମସ୍ୟାର ସମାଧାନ ନହେଲେ ଲୋକେ ଭୋଟ୍ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।