ଆଠଗଡ଼ରୁ ଆସିଲା ଭୋଟ ବର୍ଜନର ଚେତାବନୀ । ଲୋକେ କହିଲେ, ଆଦିବାସୀ ଗାଁକୁ ରାସ୍ତା ନକଲେ ନାହିଁ ଭୋଟ

Advertisment
ଆଠଗଡ଼ରୁ ଆସିଲା ଭୋଟ ବର୍ଜନର ଚେତାବନୀ । ଲୋକେ କହିଲେ, ଆଦିବାସୀ ଗାଁକୁ ରାସ୍ତା ନକଲେ ନାହିଁ ଭୋଟ

କନକ ବ୍ୟୁରୋ : ଗାଁ ଗାଁରେ ନିର୍ବାଚନୀ ପ୍ରଚାର ଯେତିକି ସରଗରମ ହେଉଛି, ଲୋକଙ୍କ ଦାବି ବି ସେତିକି ଶାଣିତ ହେଉଛି । ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟାରେ ଘାଂଟି ହେଉଥିବା ଲୋକେ ଏବେ ଚେତାବନୀ ଦେଇଛନ୍ତି । ଗାଁ ସମସ୍ୟାର ସମାଧାନ ନହେଲେ ଭୋଟ ଦେବେ ନାହିଁ ।

କେଉଁ ଉପାନ୍ତ ଅଂଚଳ ନୁହେଁ, କଟକ ଜିଲ୍ଲା ଆଠଗଡ ବ୍ଲକ ରାଧାକୃଷ୍ଣପୁର ପଂଚାୟତ ରାଧିକାପାଟିଆ ସାହି ବାସିନ୍ଦା ପ୍ରାର୍ଥୀଙ୍କୁ ଚେତାବନୀ ଦେଇଛନ୍ତି । ଏହି ଆଦିବାସୀ ଗାଁକୁ ଯିବା ପାଇଁ ରାସ୍ତା ନାହିଁ । ଗମନାଗମନ ପାଇଁ ଲୋକେ ବିଲ ହୁଡା ଓ କାଠପୋଲ ଉପରେ ନିର୍ଭର କରୁଛନ୍ତି । ତେଣୁ ଗ୍ରାମବାସୀ କହିଛନ୍ତି, ଯଦି ତାଙ୍କ ଗାଁକୁ ଭଲ ରାସ୍ତା ଓ ପକ୍କା ପୋଲ ନିର୍ମାଣ କରାନଯାଏ ତେବେ, ସେମାନେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe