ଭ୍ୟାକ୍ସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟର ବଡ ବୟାନ । ଦ୍ୱିତୀୟ ଡୋଜରେ ଅଲଗା ଭ୍ୟାକ୍ସିନ ଲାଗିଲେ ଅସୁବିଧା ନାହିଁ

242

କନକ ବ୍ୟୁରୋ: ଭ୍ୟାକ୍ସିନକୁ ନେଇ ବଡ ବୟାନ ରଖିଛନ୍ତି ବରିଷ୍ଠ ଡାକ୍ତର ବିକେ ପଲ । ଡାକ୍ତର କହିଛନ୍ତି ଯେ ଦ୍ୱିତୀୟ ଡୋଜ ବେଳେ ଯଦି ଆପଣଙ୍କୁ ଅଲଗା ଟିକା ଦେଇଦିଆଯାଇଛି ତେବେ ଏଥିରେ କୌଣସି ଅସୁବିଧା ନାହିଁ । ଏଥିରେ ଲୋକମାନଙ୍କୁ ଚିନ୍ତା କରିବାରେ କୌଣସି ଆବଶ୍ୟକତା ନାହିଁ ।

ଡାକ୍ତର କହିଥିଲେ ଯେ ଆମ ପ୍ରୋଟକଲରେ ରହିଛି ବ୍ୟକ୍ତି ପ୍ରଥମ ପର୍ଯ୍ୟାୟରେ ଯେଉଁ ଟିକା ନେଇଥିବ ଦ୍ୱିତୀୟ ପର୍ଯ୍ୟାୟରେ ବି ସେଇ ଟିକା ନେବ । ହେଲେ ଯଦି କୌଣସି କାରଣରୁ ଅଲଗା ଟିକା ଲାଗିଯାଇଛି ତେବେ କୌଣସି ଅସୁବିଧା ନାହିଁ । ଟିକାକୁ ନେଇ ପୂର୍ବରୁ ଏଭଳି ଅନେକ ଅଭିଯୋଗ ଆସିବା ପରେ ଏନେଇ ଡାକ୍ତର ପ୍ରତିକ୍ରିୟା ରଖିଛନ୍ତି ।

Comments are closed.