କନକ ବ୍ୟୁରୋ: ମନରେ କୋହ ଓ ଆଖିରେ ଲୁହର ଧାର । ରାସ୍ତାରେ ବୁଲି ବୁଲି ଭିକ୍ଷା ମାଗୁଛନ୍ତି ଦୁଇ ଭାଇ ଭଉଣୀ । କିଛି ସାହାଯ୍ୟ ମିଳିଲେ ବାପାଙ୍କର ଶୁଦ୍ଧି କର୍ମ କରିବେ । ବାଲେଶ୍ୱର ବସ୍ତା ବ୍ଲକ ପହଣା ଗାଁରେ ଅନଟନ ଭିତରେ ଜୀବନ ଜୀଉଁଥିବା ପରିବାରର ଯନ୍ତ୍ରଣା ଦାୟକ ଚିତ୍ର ସାମନାକୁ ଆସିଛି । ରୁଗଣ ମାଆକୁ ଛାଡି ବାପାଙ୍କର ଶୁଦ୍ଧି କ୍ରିୟା କରିବାକୁ ଘର ଘର ବୁଲି ଭିକ ମାଗୁଛନ୍ତି ଦୁଇ ନାବାଳକ ପିଲା । ଏହି ଦୃଶ୍ୟ ସମସ୍ତଙ୍କୁ ବିଚିଳିତ କରିଛି ।
ଆଖିରୁ ଶୁଖୁନି ଲୁହ । ଛାତିରେ ନିଜ କଷ୍ଟ ଆଉ କୋହକୁ ଚାପି ରଖି ଦ୍ୱାର ଦ୍ୱାର ବୁଲୁଛନ୍ତି ଭାଇ ଭଉଣୀ । ରାସ୍ତାରେ ଅସହାୟ ହୋଇ କାନ୍ଦି କାନ୍ଦି ଭିକ୍ଷା ମାଗୁଛନ୍ତି । କିଛି ଅର୍ଥ ଯୋଗାଡିବାରେ ଲାଗିପଡିଛନ୍ତି ନିଜ ବାପାଙ୍କ ଶୁଦ୍ଧିକ୍ରିୟା କରିବା ପାଇଁ । ଖାଇବାକୁ ମୁଠାଏ ଯୋଗାଡ କରିପାରୁନଥିବା ପରିବାର ଶୁଦ୍ଧି କର୍ମ କିଭଳି କରିବ । ଘରେ ରୁଗଣ ମାଆ ଓ ଶଯ୍ୟ।।ଶାୟୀ ବୃଦ୍ଧା ଜେଜେ ମାଆକୁ ଛାଡି ଭିକ ମାଗି ଅର୍ଥ ସଂଗ୍ରହ କରିବାରେ ଲାଗିଛନ୍ତି ବାଲେଶ୍ୱର ବସ୍ତା ବ୍ଲକ ପହଣା ଗାଁର ଏହି ଭାଇ ଭଉଣୀ । ଯାହାକି ଅତି ଯନ୍ତ୍ରଣା ଦାୟକ ଚିତ୍ର । ଅର୍ଥ ଅଭାବ ଯୋଗୁ ଚିକିତ୍ସା ନହୋଇ ଆଖି ବୁଜିଦେଲେ ବଡ ଭାଇ । ତା ପରେ ପରେ ଅଜଣା ରୋଗରେ ଚାଲିଯାଇଛନ୍ତି ଘରର ମୁରବୀ ବାପା । ଏବେ ଏହି ଦୁଇ ପିଲା କରିବେ କଣ? କେମିତି ଚଳିବେ? ପେଟକୁ ଦାନା ମୁଠାଏ ମିଳୁନଥିବା ବେଳେ ଏହିଭଳି ସମୟରେ କିଭଳି କରିବେ ଶୁଦ୍ଧି କ୍ରିୟା । ଏନେଇ କନ୍ଦି କାନ୍ଦି ଅନୁରୋଧ କରୁଛନ୍ତି ଦୁଇ ଭାଇ ଭଉଣୀ ।
ପାଠ ପଢା ଖେଳକୁଦ ବୟସରେ ଏବେ କିଭଳି ଶୁଦ୍ଧିକ୍ରିୟା କରିବେ ଓ କିଭଳି ରୁଗ୍ଣ ମାଆକୁ ବଂଚାଇବେ । ସେ ନେଇ ଦୁଇ କଅଁଳ ହାତ ଯୋଡି ସାହାଯ୍ୟ ଭିକ୍ଷା କରୁଛି । ଗାଁ ଗାଁ ବୁଲି ବୁଲି ଭିକ୍ଷା ମାଗୁଛନ୍ତି ଦୁଇ ପିଲା । ଏମାନଙ୍କୁ କିଛି ଅର୍ଥ ସହଯୋଗ ମିଳିଲେ ଶୁଦ୍ଧି କର୍ମ କରିପାରିବେ ବୋଲି କହିଛନ୍ତି । କୌଣସି ସହୃଦୟ ବ୍ୟକ୍ତି କିଛି ସାହାଯ୍ୟ କରିବାକୁ ଚାହୁଁଥିଲ ଏହି ଠିକଣାରେ ଯୋଗାଯୋଗ କରିପାରିବେ ।
NAME:ASAHAMANI MUKHI
PHPAY NUM:7609053758
MOB:7609053758
ଅନଟନ ଭିତରେ ଭୋକର ଦାଉ । ଆଉ ତା ଭିତରେ ଦଇବର ତାଡନାରେ କବଳିତ ହୋଇପଡିଛନ୍ତି ଏହି ଦୁଇ ନିଷ୍ପାପ ଦୁଇ ପିଲା । ଭିକ୍ଷା ବୃତିରୁ ନିବୃତ କରାଇ ତାଙ୍କୁ କିଛି ସାହାଯ୍ୟ କରିପାରିଲେ ସେମାନେ ସମସ୍ତ କର୍ମ ସୁବିଧାରେ କରିପାରିବେ ।