ଅନ୍ଧବିଶ୍ୱାସର ଆଳରେ ଅଜବ ପରମ୍ପରା ! ଗାଁକୁ ବରଯାତ୍ରୀ ଆସିବା ମନା

50

1କନକ ବ୍ୟୁରୋ : ଆମ ସମାଜରେ ଅନେକ ପ୍ରକାରର ଲୋକଙ୍କୁ ଦେଖିବାକୁ ମିଳେ । ସେମାନଙ୍କର ଚାଲି ଚଳନ ରୀତିନୀତିରେ ଭିନ୍ନତା ଦେଖିବାକୁ ମିଳେ । ଅନ୍ଧବିଶ୍ୱାସର ଆଳରେ ବଂଶାନୁକ୍ରମିକ ଭାବେ ସେମାନ କରିଚାଲନ୍ତି କିଚି ଭିନ୍ନ ପ୍ରକାରର କାମ । ଯାହା ଆମ ମାନଙ୍କ ନଜରରେ ଭୁଲ ବା ଏକ ଆଶ୍ଚର୍ଯ୍ୟକର ମନେହେଲେ ମଧ୍ୟ ସେମାନଙ୍କର ନଜରରେ ଠିକ୍ ବୋଲି ସେମାନେ ଭାବିଥାନ୍ତି । ଏମିତି ଏକ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇଚନ୍ତି ବଲାଙ୍ଗିରି ଜିଲ୍ଲାର ଜାମସର ଗାଁର ଲୋକେ ।

2ଗାଁକୁ ବରଯାତ୍ରୀ ମନା । ବାହାଘର ବେଳେ ବାଣ ରୋଷଣୀ ସହ ଧୁମଧାମରେ ବାହାରିଥାଏ ବରଯାତ୍ରୀ ଶୋଭାଯାତ୍ରା । ହେଲେ ବଲାଙ୍ଗୀର ଜିଲ୍ଲାର ଜାମସର ଗାଁକୁ ବରଯାତ୍ରୀ ଶୋଭାଯାତ୍ରାରେ ଗଲେ କିମ୍ବା ବରକନ୍ୟା ଏକାଠି ଆସିଲେ ଗାଁର ଇଷ୍ଟ ଦେବୀ କ୍ରୋଧ ହୁଅନ୍ତି ଏବଂ ଦୁର୍ଘଟଣା ଘଟେ ବୋଲି ଲୋକଙ୍କ ଅନ୍ଧବିଶ୍ୱାସ ରହିଛି । ଫଳରେ ଦୀର୍ଘ ବର୍ଷ ହେଲା ଗାଁକୁ ବରଯାତ୍ରୀ ଆସିନାହିଁ । ଏପରିକି ଗାଁରେ ଏକାସାଙ୍ଗରେ ଦୁଇଟି ବିବାହ ହେଲେ ଅଘଟଣ ଘଟେ ବୋଲି ଲୋକଙ୍କ ଅନ୍ଧବିଶ୍ୱାସ ରହିଛି । ତେବେ ଏହି ଅନ୍ଧବିଶ୍ୱାସକୁ ନମାନି ଯେଉଁମାନେ ଶୋଭାଯାତ୍ରା କି ଦୁଇଟି ବିବାହ ଏକାଠି କରନ୍ତି ସେମାନଙ୍କ ସହ ଅଘଟଣ ଘଟେ ଏପରିକି ଏହାକୁ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟେ ବୋଲି ଗାଁଲୋକେ କୁହନ୍ତି ।

ତେବେ ଗାଁର ଏପରି ଏକ ପରମ୍ପରା ଦ୍ୱାରା ଲୋକେ ହଇରାଣ ମଧ୍ୟ ହେଉଛନ୍ତି । ଗାଁର ଯୁବପିଢି ମଧ୍ୟ ଗାଁର ଏ ପରମ୍ପରାକୁ ବିରୋଧ କରୁଛନ୍ତି । ହେଲେ ଲାଭ କିଛି ହେଉନାହିଁ । ଗାଁର ବୟସ୍କ ଲୋକଙ୍କ ବାରଣ ଯୋଗୁଁ ଯେଉଁମାନେ ବାହା ହୋଇଛନ୍ତି ବରଯାତ୍ରୀ ନେଇପାରିନାହାଁନ୍ତି । ଏମିତି କି ନିକଟ ଭବିଷ୍ୟତରେ ଯେଉଁମାନେ ବାହା ହେବାକୁ ଯାଉଛନ୍ତି, ସେମାନେ କୁହନ୍ତି , ଆମେ ନିଶ୍ଚୟ ଗାଁ ବାହାରେ ଯାଇ ବାହା ହେବୁ । ଆଉ ବରଯାତ୍ରୀ ନେଇ ବାହା ହେବୁ । ଗାଁର ଏ ଅନ୍ଧବିଶ୍ୱାର ପରମ୍ପରାକୁ ଭାଂଗିବାକୁ ଗାଁର ଯୁବପିଢି ଅଂଟା ଭେିଡିଛନ୍ତି । ଏହାକୁ ନେଇ ସେମାନେ ଅସହ୍ୟ ବୋଦ କରୁଚନ୍ତି ।

ଦୁନିଆ ଉନ୍ନତିର ଶୀର୍ଷରେ ପହଁଥିବା ବେଳେ ଏହି ଗାଁର ଏପରି ରୀତିନୀତି ଆଜି ଗାଁକୁ ସ୍ଥାଣୁ କରିଦେଇଛି । ଯାହାକୁ ଗ୍ରହଣ କରିପାରୁନାହାଁନ୍ତି ଗାଁର ଶିକ୍ଷିତ ଯୁବକମାନେ । ଗାଁ ଭିତରେ ପ୍ରସ୍ତାବ ଖୋଜିବାରେ ଅସୁବିଧା ହେଉଥିବା ବେଳେ ଅନ୍ୟ ଗାଁର ଲୋକେ ବରଯାତ୍ରୀ ନଆସି ବିବାହ କରିବା ପାଇଁ ସିଧାସଳଖ ମନା କରିଦେଉଥିବା ଗାଁର ଯୁବପିଢି କହିଛନ୍ତି । ସେମାନେ ଏହାକୁ ବିରୋଧ କଲେ ମଧ୍ୟ କୌଣସି ସମାଧାନ ବାହାର କରିପାରୁନାହାନ୍ତି । ଅନ୍ଧବିଶ୍ୱାସର ବଶବର୍ତୀ ହୋଇଥିବା ଲୋକଙ୍କୁ ନିହାତି ସଚେତନ କରିବାକୁ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ଆଉ ଗାଁର ବୟସ୍କ ଲୋକଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ ଚଳିତକର କଥା କହିଛନ୍ତି । ସେମାନେ ପୁରୁଷ ପୁରୁଷ ଧରି ଏହି ପରଂପରାରେ ବ୍ୟତିକ୍ରମ ଘଟିଲେ ଅଘଟଣ ହେବା କଥା ଶୁଣିଛନ୍ତି । କିନ୍ତୁ କେବେ ସ୍ୱଚକ୍ଷୁରେ ଦେଖିନାହାଁନ୍ତି । ଏଣୁ ଏହା ଅନୁମାନ ଯେ ଏହି ଜାମସର ଗାଁର ଲୋକେ ଖାଲି କୈାଣସି ବିପଦ ଆସିବ ସେ ଭୟରେ ଏମିତି କାର୍ଯ୍ୟ କରିଚାଲିଛନ୍ତି ।