କନକ ବ୍ୟୁରୋ : କିଛି ଘଂଟା ଭିତରେ ବଦଳିଯାଇଛି ବାଂଲାଦେଶ ଚିତ୍ର ।ପୂରା ଦେଶରେ ଅସମ୍ଭାଳ ସ୍ଥିତି ।ରାଜନୈତିକ ଅସ୍ଥିରତା ଭିତରେ ଶେଖ ହସିନା ଦେଶ ଛାଡିଚାଲିଯିବା ପରେ ଏଠାରେ ରହୁଥିବା ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚା ବଢ଼ିଛି । ସୂଚନା ଅନୁସାରେ ଢ଼ାକାରେ ରହୁଥିବା କଳାକାର ରାହୁଲ ଆନନ୍ଦଙ୍କ ଘରକୁ ପୋଡିଜଳି ପାଉଁଶ କରାଯାଇଛି ।ସେପଟେ ଅଭିନେତା ଶାନ୍ତୋ ଖାନ ଓ ତାଙ୍କ ବାପା ସଲିମଙ୍କୁ ପିଟିପିଟି ହତ୍ୟା କରାଯାଇଛି ।ପେଶାରେ ସଲିମ ଥିଲେ ଜଣେ ଫିଲ୍ମ ପ୍ରଯୋଜକ ।ତଥ୍ୟ କହୁଛି
-ବାଂଲାଦେଶରେ ଥିବା ୩ଶହ ହିନ୍ଦୁଙ୍କ ଘର, ଦୋକାନକୁ ଆକ୍ରମଣ କରାଯାଇଛି
-୧୦ରୁ ୧୫ ମନ୍ଦିରକୁ ଭଙ୍ଗାରୁଜା
--ଏବେ ସୁଦ୍ଧା ୧୫୦ରୁ ଅଧିକ ହିନ୍ଦୁଙ୍କ ମୃତ୍ୟୁ ସୂଚନା
ଭିଓ-ଲଗାତାର ବଢ଼ୁଛି ମୃତ୍ୟୁ ସଂଖ୍ୟା ।ସ୍ଥିତି ସଂଗୀନ ହେଉଥିବାରୁ ଭାରତୀୟ ଧର୍ମଗୁରୁମାନେ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କ ସୁରକ୍ଷା ପ୍ରତି ଅଧିକ ତତ୍ପରତା ଦେଖାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପିଲ କରିଛନ୍ତି
ସେପଟେ ରାଜନୈତିକ ଅସ୍ଥିରତା ଭିତରେ ପଡ଼ୋଶୀ ବାଂଲାଦେଶର ମଙ୍ଗ ଏଣିକି ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ହାତରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ମଧ୍ୟକାଳୀନ ସରକାରରେ ମହମ୍ମଦ ୟୁନୁସ ଦେଶ ମଙ୍ଗ ଧରିବେ ବୋଲ ସୂଚନା ମଳିଛି। ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ସାହାବୁଦୀନଙ୍କ ମଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ହୋଇଛି। ସଂରକ୍ଷଣ ବିରୋଧୀ ଛାତ୍ରଛାତ୍ରୀ ମହମ୍ମଦ ୟୁନୁସଙ୍କୁ ମଧ୍ୟକାଳୀନ ସରକାରରେ ମୁଖ୍ୟ ପରାମର୍ଶଦାତା କରିବାକୁ ଦାବି କରିଥିଲେ। ପରେ ସେମାନେ ୟୁନୁସଙ୍କ ନେତୃତ୍ବରରେ ମଧ୍ୟକାଳୀନ ସରକାର ଚଳାଇବାକୁ ନିଷ୍ପତି ନେଇଛନ୍ତି।
ସେପଟେ ହସିନା ଦେଶ ଛାଡିବା ପରେ ତାଙ୍କ ଦଳ ଉପରକୁ ସଙ୍କଟ ମାଡି ଆସିଛି । ସୂଚନା ଅନୁସାରେ ଆଓ୍ୱାମୀ ଲିଗର ୨୦ ନେତା ଓ ତାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଛି । ଏଭଳି ଘଡିସନ୍ଧିମୂହୁର୍ତରେ ଭାରତକୁ ଫେରିଛନ୍ତି ୧୯୦ ଦୂତାବାସର ଅଧିକାରୀ ।ଏଥିସହ ଭାରତୀୟମାନଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇ ତୁରନ୍ତ ସ୍ବଦେଶ ଫେରାଇ ଆଣିବାକୁ ସରକାର ପ୍ରୟାସ ଚଳାଇଛନ୍ତି ।
ଶେଖ ହସିନା ଭାରତ ପରେ ବ୍ରିଟେନ ଯିବା ନେଇ ଯେଉଁ ସମ୍ଭାବନା ଥିଲା ତାହା ଏବେବି ଅସ୍ପଷ୍ଟ ରହିଛି କାରଣ ଅର୍ନ୍ତଜାତୀୟ ସୁରକ୍ଷା ଚାହୁଁଥିବା ବ୍ୟକ୍ତି ପ୍ରଥମେ ଆବେଦନ କରିବା ଆବଶ୍ୟକ ।ଏନେଇ ବ୍ରିଟେନ ସରକାରଙ୍କ କଡ଼ା ନିୟମ ରହିଛି । ତେଣୁ ଆଉ କିଛି ଦିନ ସେ ଭାରତରେ ରହିପାରନ୍ତି