କନକ ବ୍ୟୁରୋ: କିଛି ଦିନ ତଳର କଥା ମନେପକାନ୍ତୁ, ଶାସନରେ ଥିବା ବିଜେଡି ନିର୍ବାଚନ ବେଳେ ଫାଇଭ-ଟିକୁ ଏକ ବଡ଼ ଉପଲବ୍ଧି କହି ପ୍ରଚାର କରୁଥିଲା । କିନ୍ତୁ ନିର୍ବାଚନ ପରିଣାମ ପରେ ଏଭଳି ପ୍ରଚାରର ଲୋକଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିବା ସ୍ପଷ୍ଟ କରିଦେଲା । କାରଣ ନେତା ଯାହା କହୁଥିଲେ, ଲୋକେ ତାହା ଅନୁଭବ କରିପାରୁନଥିଲେ । ଆଜି ଆପଣଙ୍କୁ ପାଂଚଟି ‘ଫାଇଭ-ଟି’ ସ୍କୁଲର ଅବସ୍ଥା ଦେଖାଇବୁ । ଯେଉଁଠି ଦୁର୍ନୀତିର ବାଟ କାନ୍ଥରେ ଫାଟ ହୋଇ ସ୍ପଷ୍ଟ ଦେଖାଯାଉଛି ।

Advertisment

ବାହାରୁ ଚକାଚକ, କିନ୍ତୁ ଭିତରେ ଖୋଳ । ଆଖିକୁ ଭଲ ଦେଖାଯିବା ଭଳି ରଙ୍ଗ ମାରିଲେ, ଟେବୁଲ ଚେୟାର ବି ପଡିଲା କିନ୍ତୁ ଅଧିକାଂଶ ସ୍କୁଲର ଅବସ୍ଥା ନ କହିବା ଭଲ । ଦକ୍ଷିଣ ଓଡିଶାର ଅନେକ ସ୍ଥାନରୁ ଆସିଥିବା ସ୍କୁଲ ଗୁଡିକ ଏହା ହିଁ ବୟାନ କରୁଛନ୍ତି ।

୫ଟି ସ୍କୁଲ ଗୁଡିକୁ ଚକାଚକ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ ସରକାର । କିନ୍ତୁ କେଉଁଠି ଶିକ୍ଷକ ନାହାନ୍ତି ତ , କେଉଁଠି ଶ୍ରେଣୀ ଗୃହର ଅଭାବ । ଗ୍ରାଉଣ୍ଡ ଜିରୋରେ ପଂହଚି ସ୍ଥିତି ପରଖିଛି କନକ ନ୍ୟୁଜ । ଇଏ ହେଉଛି ମାଲକାନଗିରରି ଜଗନ୍ନାଥପାଲି ଉଚ୍ଚ ବିଦ୍ୟାଳୟର ଚିତ୍ର । ମାତ୍ର ୩୦ ପ୍ରତିଶତ ଶିକ୍ଷକଙ୍କୁ ନେଇ ପାଠପଢା ହେଉଛି । ୧୦ଟି ଶ୍ରେଣୀରେ ପାଠପଢାଇବା ପାଇଁ ୧୪ ଶିକ୍ଷକ ଆବଶ୍ୟକ, କିନ୍ତୁ ଅଛନ୍ତି ୫ ଜଣ । ଶ୍ରେଣୀଗୃହ ନାହିଁ କି ପଇବା ପାଣିର ସୁବିଧା ନାହିଁ । ଚିତ୍ରକୋଣ୍ଡାର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚିତ୍ର ଦେଖନ୍ତୁ । ଅନେକ କ୍ଲାସରୁମରେ ଛାତ ଭାଙ୍ଗି ଉପରୁ ଗୋଡି ସିମେଂଟ ପିଲାଙ୍କ ଉପରେ ପଢ଼ୁଛି । ସ୍କୁଲରେ ୫୭୦ ଛାତ୍ର ଛାତ୍ରୀ ଥିବା ବେଳେ କ୍ଲାସରୁମ ମାତ୍ର ୭ଟି ରହିଛି କିଏ ତଳେ ବସି ପାଠ ପଢ଼ୁଛନ୍ତି ତ ଆଉ କିଏ ଟେବୁଲ ଉପରେ ବସି ପଢୁଛନ୍ତି । କାଲିମେଳା ବ୍ଳକ ସଦରମହକୁମାରେ ଥିବା ସରକାରୀ ହାଇସ୍କୁଲରେ ବି ସେହି ଏକା ଅବସ୍ଥା ଦେଖିବାକୁ ମିଳିଛି । ଜାନକୀ ହନ୍ତାଳ, ପ୍ରଧାନ ଶିକ୍ଷୟିତ୍ରୀ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚିତ୍ରକୋଣ୍ଡା ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ୩ଟି ଫାଇଭ-ଟି ରୂପାରନ୍ତରିତ ସ୍ତୁଲରେ ପଂହଚିଥିଲା କନକ ନ୍ୟୁଜ ଟିମ୍ । ଆଉ ଅନେକ ସ୍ଥାନରେ ଦୁର୍ନୀତିର ଗନ୍ଧ ବାରିହୋଇପଡିଥିଲା । କେଉଁଠି ନୂଆ ରଙ୍ଗ ବୋଳି ହରିଲୁଟ ହୋଇଛି କୋଟି କୋଟି ଟଙ୍କା ତ ଆଉ କେଉଁଠି ଭଲ ଘରକୁ ମରାମତି ଦେଖାଇ ହଡପ ହୋଇଛି ଟଙ୍କା । କେଉଁଠି ଲାଗିଛି ନିମ୍ନ ମାନ ର ଟାଇଲସ । କେଉଁଠି ଗଳୁଛି ଛାତ । ନିମ୍ନମାନର କାମ ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଥିଲା । କେଉଁଠି ସ୍କୁଲ ଝରକା ଭାଙ୍ଗି ଯାଇଥିଲାବେଳେ ପାଣି ଲକ୍ ହେଉଥିବା ଦେଖିବାକୁ ମିଳିଥିଲା । ଏ ନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି , ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ।

୫-ଟି ସ୍କୁଲ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ଏହାଦ୍ୱାରା ନାଁ ପିଲା ଉପକୃତ ହୋଇଛନ୍ତି ନା ଶିକ୍ଷାର ମାନରେ ପରିବର୍ତ୍ତନ ହୋଇଛି । ମାଲମାଲ ହୋଇଛନ୍ତି ଠିକାଦାର ସଂସ୍ଥା ।