କନକ ବ୍ୟୁରୋ: ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେବା ପରେ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ବଢ଼ିଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ ତାହା ଜାଣିବାକୁ ସମସ୍ତେ ଇଚ୍ଛୁକ, ସମସ୍ତେ ଉତ୍ସାହିତ । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖାପାଖି ୨ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି । ତାଙ୍କ ନାଁରେ ୯୫ ଲକ୍ଷ ଟଙ୍କାର ଋଣ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କର ନାହିଁ କୌଣସି ଘର । ତେବେ ତାଙ୍କ ପତ୍ନୀଙ୍କ ନାଁରେ ୫୧ ଲକ୍ଷ ଟଙ୍କା ଫିକ୍ସଡ ଡିପୋଜିଟ ଥିବା ବେଳେ ୫୨ ଲକ୍ଷ ଟଙ୍କାର କମରସିଆଲ ବିଲଡିଂ ରହିଛି ।

Advertisment

ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ ?
-୧ କୋଟି ୯୭ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି
-୯୫ ଲକ୍ଷ ୫୮ହଜାର ଟଙ୍କାର ଋଣ ରହିଛି
-୩୦ ହଜାର ଟଙ୍କା ନଗଦ ଥିବା ସତ୍ୟପାଠରେ ଉଲ୍ଲେଖ
-ପତ୍ନୀଙ୍କ ପାଖରେ ୫୦ ହଜାର ଟଙ୍କା ନଗଦ
-୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ଖାତାରେ ୧୦ ଲକ୍ଷ ୯୨ ହଜାର ଟଙ୍କା ଜମା
-ପତ୍ନୀଙ୍କ ନାଁରେ ୫୧ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ
-ମୋହନ ଓ ତାଙ୍କ ପତ୍ନୀଙ୍କ ନାଁରେ ୪ଟି ଏଲଆଇସି ପଲିସି
-ଏହାର ମୂଲ୍ୟ ପାଖାପାଖି ୪ ଲକ୍ଷ ୯୫ ହଜାର ଟଙ୍କା
-୨୫ ଲକ୍ଷ ଟଙ୍କାର ଟୋୟୋଟା ଫର୍ଚୁନର ଗାଡ଼ି
-୧ ଲକ୍ଷ ୨୦ ହଜାର ଟଙ୍କାର ସୁନା ଅଳଙ୍କାର
-ପତ୍ନୀଙ୍କ ପାଖରେ ୧ ଲକ୍ଷ ୮୦ହଜାର ଟଙ୍କାର ସୁନା ଅଳଙ୍କାର
-୧୯ ଲକ୍ଷ ୨୦ହଜାର ଟଙ୍କା ମୂଲ୍ୟର ଜମି ରହିଛି
-ପତ୍ନୀଙ୍କ ନାଁରେ ୫୨ ଲକ୍ଷ ଟଙ୍କାର କମରସିଆଲ ବିଲଡିଂ
-ମୋହନଙ୍କ ନାଁରେ କୌଣସି ଘର ନାହିଁ
-ପତ୍ନୀଙ୍କ ନାଁରେ ୩୦ ଲକ୍ଷ ଟଙ୍କା ମୂଲ୍ୟର ଘର ଥିବା ଜଣାପଡିଛି ।