କଟକ ବାଲିଯାତ୍ରା ବୁଲି ଆସୁଥିବା ଲୋକଙ୍କ ପାଇଁ ବଡ ଖବର । ଗାଡି ପାର୍କିଂ ପାଇଁ ସ୍ଥାନ ନାହିଁ ବୋଲି ଟ୍ୱିଟ୍ କଲା କମିଶନରେଟ୍ ପୋଲିସ 

1,751

କନକ ବ୍ୟୁରୋ : କଟକ ବାଲିଯାତ୍ରା ବୁଲି ଆସୁଥିବା ଲୋକଙ୍କ ପାଇଁ ବଡ ଖବର । ଯଦି ଆପଣ ବାଲିଯାତ୍ରା ବୁଲିବାକୁ କଟକ ଆସୁଥାନ୍ତି ତେବେ କମିସନରେଟ ପୋଲିସର ଟ୍ୱିଟ୍ ଉପରେ ଥରେ ନଜର ପକାନ୍ତୁ । କାରଣ କଟକ ବାଲିଯାତ୍ରାରେ ଅସମ୍ଭବ ଭିଡ । ଏପରି ଭିଡ଼ ହୋଇଛି ଯେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ନାହିଁ । ଏପରିକି ଟ୍ରାଫିକ୍ ଏତେ ଅସମ୍ଭାଳ ହୋଇଯାଇଛି ଯେ କମିସନରେଟ୍ ପୋଲିସ ହାତ ଟେକି ଦେଇଛି । ଗାଡ଼ି ପୂରା ଜାମ୍ ହୋଇଯାଇଥିବାରୁ ବର୍ତମାନ ଆଉ ଗାଡ଼ିକୁ ଅନୁମତି ଦିଆଯିବ ନାହିଁ ବୋଲି ଟ୍ୱିଟ୍ କରି କହିଛି କମିସନରେଟ୍ ପୋଲିସ । ଏଥିପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି ।

ପାର୍କିଂ ପାଇଁ ସ୍ଥାନ ଖାଲି ହେବା ପରେ ଅନ୍ୟ ଗାଡ଼ିକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି । ସେପଟେ ବାରଙ୍ଗ, ତ୍ରିଶୁଳିଆ, ଆଠଗଡ଼ ରାସ୍ତା ଅପରାହ୍ନ ୪ଟାରୁ ରାତି ୧୨ ଟା ଯାଏଁ ଟ୍ରାଫିକ ଜାମ୍ ରହିବ, ତେଣୁ ଏନଏଚ୍-୧୬ ରାସ୍ତାରେ ଯିବାକୁ ଆଡଭାଇଜରୀ ଜାରି କରିଛି କମିସନରେଟ୍ ପୋଲିସ ।