ଓଡିଶାରେ ନାହିଁ ନକଲି ଟିକା ! ଜାଣନ୍ତୁ କ’ଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ?

115

କନକ ବ୍ୟୁରୋ : ନକଲି ଟିକାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି । ଓଡିଶାରେ ନକଲି ଟିକା ଅଛି କି ନାହିଁ ବୋଲି ରାଜ୍ୟବାସୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି । ଏଥିରୁ ପରଦା ଉଠାଇଛନ୍ତି  ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି କେନ୍ଦ୍ର ସରକାର ଚିଠି ଦେଇଥିଲେ ଡବ୍ଲ୍ୟୁଏଚଓର ଦକ୍ଷିଣ ପୂର୍ବ ଓ ଆଫ୍ରିକା ଦେଶରେ ନକଲି କୋଭିସିଲଡ଼ ଅଛି । ତେଣୁ ସେମାନେ ସବୁ ଦେଶକୁ ସତର୍କ କରିଥିଲେ । ଏ ଯାଏଁ ଓଡ଼ିଶାରେ ନକଲି ଟିକା ଦୃଷ୍ଟିକୁ ଆସି ନାହିଁ । ଟିକା ନେବାର ଆଗ୍ରହ ଲୋକଙ୍କ ଭିତରେ ଅଛି ହେଲେ ଟିକା କେନ୍ଦ୍ରରେ ଗହଳି ନ କରି ଠିକ ସମୟରେ ଆସନ୍ତୁ । ରାତି ତମାମ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ।

କିଛି ସ୍ଥାନରେ ଗହଳି ନିୟନ୍ତ୍ରଣ କରିବାକୁ ଟୋକନ ବ୍ୟବସ୍ଥା ହୋଇଛି । ହେଲେ ସେଠାରେ ବି ଗହଳି ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ୧୭ ଲକ୍ଷ ଡୋଜ ଟାର୍ଗେଟ ଥିଲା । ବାହାର ଲୋକ ଏଠାରେ ଆସିବାରୁ ୨୨ ଲକ୍ଷ ଟିକାକରଣ ହୋଇଛି । ଏବେ ବି କିଛି ବାକି ସରିଛି । ହେଲେ ଭୁବନେଶ୍ୱରର ଟିକାକରଣ ଟାର୍ଗେଟ ହାସଲ କରାଯାଇଛି ।  ସେପଟେ, କୋଭିଡ୍ ଟିକା ବର୍ତ୍ତମାନ ସୁଦ୍ଧା ୨କୋଟି ୩୬ଲକ୍ଷ ଡୋଜ ଦିଆସରିଛି । ୧ କୋଟି୭୮ ଲକ୍ଷ ପ୍ରଥମ ଡୋଜ ନେଇଛନ୍ତି । ୫୮ ଲକ୍ଷ ଦ୍ଵିତୀୟ ଡୋଜ ନେଇଛନ୍ତି । ୫୭ ପ୍ରତିଶତ ସରିଛି । ବାକି ଥିବା ଡୋଜର ୭୦ ପ୍ରତିଶତ ସରିଛି। ଏ ଯାଏ ୧ଲକ୍ଷ ୧୪ ହଜାର ଗର୍ଭବତୀଙ୍କୁ ଟିକା ଦିଆ ହୋଇଛି । କିଛି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ଟିକା ପର୍ଯ୍ୟାପ୍ତ ମହଜୁଦ ଅଛି । କୋଭିସିଲଡ଼ ୩୧ ଲକ୍ଷ ୫୯ ହଜାର୨୬୦ ଓ କୋଭାକ୍ସିନ୍ ୨ ଲକ୍ଷ ୬୫ ହଜାର୫୨୦ ଅଛି । ପାଖାପାଖି ୩୩ ଲକ୍ଷ ଟୀକା ମହଜୁଦ ଅଛି । ନିୟମିତ ଭାବେ ଟିକା ଆସୁଛି ଓ ଟିକାକରଣ ଚାଲିଛି ।