ହାଥରସ୍ କାଣ୍ଡକୁ ନେଇ ଇଡିଙ୍କ ସଫେଇ, ଭୀମ୍ ଆର୍ମୀ ସହିତ ନାହିଁ ପିଏଫଆଇର ଲିଙ୍କ୍ । ୧୦୦ କୋଟି ଟଙ୍କା ବିଦେଶୀ ଫଣ୍ଡର କଥାର ନାହିଁ ପ୍ରମାଣ

‘ଦଙ୍ଗା ଷଡଯନ୍ତ୍ର ଓ ବିଦେଶୀ ପୁଞ୍ଜିର ପ୍ରମାଣ ନାହିଁ ’

116

କନକ ବ୍ୟୁରୋ : ହାଥରସ୍‌ରେ ହୋଇଥିବା ଗଣଦୁଷ୍ମର୍ମ ଓ ହତ୍ୟା ମାମଲାକୁ ନେଇ ଯେଉଁ ଆନ୍ଦୋଳନ ତେଜୁଛି ତା ପଛରେ ଏକ ଷଡଯନ୍ତ୍ର ରହିଛି । ଯେଉଁ ଷଡଯନ୍ତ୍ର ପାଇଁ ଭୀମ ଆର୍ମୀକୁ ପିଏଫଆଇ ୧୦୦ କୋଟି ଟଙ୍କା ଦେଇଛି । ଏମିତି କିଛି ଅଭିଯୋଗ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାର ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ ସନ୍ଦେହ ଘେରକୁ ଆସିଥିବା ୪ ଜଣ ଯୁବକଙ୍କୁ ବି ଗିରଫ୍ କରାଯାଇଥିଲା । ମାତ୍ର ତଦନ୍ତ ଆଗକୁ ବଢିବା ପରେ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି କହିଛି ଇଡି । ଇଡି କହିଛି କି ଚନ୍ଦ୍ର ଶେଖର ଆଜାଦଙ୍କ ଭୀମ ଆର୍ମୀ ଓ ପପୁଲାର ପ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ମଧ୍ୟରେ କୌଣସି ସଂପର୍କ ଥିବାର ପ୍ରମାଣ ସେମାନେ ପାଇ ନାହାନ୍ତି । ଏହା ସହ ଉତ୍ତରପ୍ରଦେଶରେ ଦଙ୍ଗା କରିବାକୁ ବିଦେଶରୁ ୧୦୦ କୋଟି ଟଙ୍କା ଆସିଛି ବୋଲି ଯେଉଁ ଅଭିଯୋଗ କରାଯାଉଥିଲା ତାହାର କୌଣସି ପୃଷ୍ଟଭୂମୀ ସେମାନଙ୍କୁ ମିଳିନାହିଁ ବୋଲି ଇଡି ସ୍ପଷ୍ଟ କରିଛି ।
କହିରଖୁ କି ଇଡି ପ୍ରାଥମିକ ତଦନ୍ତ ବେଳେ ହାଥରସ୍ ଘଟଣାକୁ ଜାତୀୟ ରଙ୍ଗ ଦେବାକୁ ଚେଷ୍ଟା କରାଯାଇଥିଲା ବୋଲି କହିବା ସହ ଉତ୍ତରର ପ୍ରଦେଶରେ ଦଙ୍ଗା କରିବାକୁ ୧୦୦ କୋଟିର ବିଦେଶୀ ପୁଞ୍ଜି ଆସିଥିଲା ଯାହା ମଧ୍ୟରୁ ମରିଶସରୁ କେବଳ ୫୦ କୋଟି ଟଙ୍କା ଆସିଥିଲା ବୋଲି ପ୍ରଚାର କରାଯାଇଥିଲା ।
ଇଡିର ଏଭଳି ସଫେଇ ସେତେବେଳେ ଆସିଲା, ଯେତେବେଳେ ଉତରପ୍ରଦେଶର ପୂର୍ବ ଡିଜିପି ଦାବି କଲେ କି ପୀଡିତାଙ୍କ ପରିବାରକୁ ଭୀମ୍ ଆର୍ମୀ ଓ ସେହିଭଳି ସଂଗଠନ ମାନେ ଧମକ ଦେଉଛନ୍ତି ।
ଏବେ ଇଡିର ଏଭଳି ସଫେଇ ଦେଉଥିବା ବେଳେ ଏହି ମାମଲାର ତଦନ୍ତ ସମୟରେ ପିଏଫଆଇ ସହିତ ଯୋଡି ହୋଇଥିବା ସନ୍ଦେହ କରି ୪ ଜଣ ସଦିଗ୍ଧଙ୍କୁ ଗିରଫ୍ କରିଥିଲା । ଏହି ସନ୍ଦିଗ୍ଧ ମାନେ ହାଥରସ୍ ପୀଡିତାଙ୍କ ଘରକୁ ସମବେଦନା ଜଣାଇବାକୁ ଯାଉଥିବା ରାସ୍ତାରେ ଇଡି ସେମାନଙ୍କୁ ଗିରଫ୍ କରିଥିଲା । ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛି ଇଡି । ଇଡି ସେମାନଙ୍କ ବିରୋଧରେ ଧାର୍ମିକ ଦଙ୍ଗା କରିବାକୁ ପ୍ରୋତ୍ସାହିତ କରିବା , ଦଙ୍ଗା କରିବାକୁ ଯୋଜନା କରିବା, ଦେଶଦ୍ରୋହ ଓ ବିଦେଶୀ ପୁଞ୍ଜିରେ ଦେଶ ବିରୋଧୀ ଗତିବିଧିର ପରିଚାଳନା କରିବା ଭଳି ସଂଗୀନ ଦଫା ଲଗା ଯାଇଛି । ହେଲେ ଏବେ ଏସବୁର କିଛି ପ୍ରମାଣ ନଥିବା କଥା ଇଡି କହିବା ପରେ ଦେଖିବାକୁ ବାକି ରହିଲା ସେମାନେ କେବେ ଜେଲରୁ ମୁକୁଳୁଛନ୍ତି ।