ବିଜୁଳି ନାହିଁ ହେଲେ ଆସୁଛି ବିଲ : ତୁରନ୍ତ ବିଦ୍ୟୁତ୍ ସଂଯୋଗ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

84

କନକ ବ୍ୟୁରୋ : ବିଜୁଳି ନାହିଁ, ହେଲେ ଆସୁଛି ବିଲ୍ । ବସିଛି ବିଦ୍ୟୁତ ଖୁଣ୍ଡ, ଘରେ ଲାଗିଛି ମିଟର । ଏପର୍ଯ୍ୟନ୍ତ ହୋଇନି ବିଦ୍ୟୁତ ସଂଯୋଗ । କିନ୍ତୁ ହିତାଧିକାରୀଙ୍କ ନାଁରେ ଆସୁଛି ମୋଟା ଅଙ୍କର ବିଜୁଳି ବିଲ୍ । ମୟୂରଭଂଜ କପ୍ତିପଦା ଗାଁ ସାଗରସାହି ଗାଁରୁ ଆସିଛି ଏପରି ଅଭିଯୋଗ । ଗାଁଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇନାହିଁ ।

ଶେଷରେ ଏହାକୁ ନେଇ ତାତିଛନ୍ତି ଲୋକେ । ବିଦ୍ୟୁତ୍ ସଂଯୋଗ ଦାବିରେ ଗାଁଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ କପ୍ତିପଦାରୁ ଠାକୁରମୁଣ୍ଡା ଓ କରଞ୍ଜିଆକୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କପ୍ତିପଦା ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।