ମହାନଦୀ କୂଳରେ ରହି ମଧ୍ୟ ମିଳୁନି ପିଇବାକୁ ପାଣି। ଖରା ଆରମ୍ଭରୁ ପାଣି ଟୋପାଏ ପାଇଁ ହନ୍ତସନ୍ତ ଅନୁଗୁଳ ମଝିପଡ଼ା ଗାଁ ଲୋକ।

ମହାନଦୀ କୂଳରେ ରହି ମଧ୍ୟ ମିଳୁନି ପିଇବାକୁ ପାଣି। ଖରା ଆରମ୍ଭରୁ ପାଣି ଟୋପାଏ ପାଇଁ ହନ୍ତସନ୍ତ ଅନୁଗୁଳ ମଝିପଡ଼ା ଗାଁ ଲୋକ।

କନକ ବ୍ୟୁରୋ: ଖରା ଆରମ୍ଭରୁ ଜଳ ସଙ୍କଟ । ମହାନଦୀ କୂୂଳିଆ ଗାଁରେ ମିଳୁନି ପାଣି । ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି ଲୋକେ । ବର୍ଷା ଦିନେ ମହାନଦୀରେ ବନ୍ୟା ଆସିବା ଦ୍ୱାରା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ମଝିପଡ଼ା ଗାଁ ଜଳବନ୍ଦୀ ହେଉଥିବା ବେଳେ ଖରା ଦିନରେ ପିଇବା ପାଣି ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି ।

ଅନୁଗୁଳ ବ୍ଲକ ଟିକରପଡ଼ା ପଞ୍ଚାୟତ ଅଧୀନରେ ମଝିପଡ଼ା ଗାଁ ରହିଛି । ଗାଁର ପ୍ରାୟ ୬୬ ପରିବାର ରହୁଥିବା ବେଳେ ସେମାନଙ୍କ ପାଖରେ ଏପର୍ଯ୍ୟନ୍ତ ପାଇପ ଯୋଗେ ପାନୀୟ ଜଳଯୋଗାଣର ବ୍ୟବସ୍ଥା ହୋଇପାରିନାହିଁ । ଗାଁରେ ଥିବା ଗୋଟେ ନଳକୂପ ରାତି ପାହିଲେ ପିଇବା ପାଣି ପାଇଁ ମହିଳାଙ୍କ ଗହଳି ଲାଗୁଛି । ପାଇବ ଯୋଗେ ଗାଁରେ ପିଇବା ପାଣି ଯୋଗାଇ ଦେବାକୁ ଗାଁ ଲୋକ ପ୍ରଶାସନକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ବର୍ଷା ଦିନରେ ମହାନଦୀରେ ବନ୍ୟା ଆସିବା ଦ୍ୱାରା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଖରା ଦିନେ ଜଳ ସମସ୍ୟା ଲାଗି ରହୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe