କନକ ବ୍ୟୁରୋ: ଖରା ଆରମ୍ଭରୁ ଜଳ ସଙ୍କଟ । ମହାନଦୀ କୂୂଳିଆ ଗାଁରେ ମିଳୁନି ପାଣି । ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି ଲୋକେ । ବର୍ଷା ଦିନେ ମହାନଦୀରେ ବନ୍ୟା ଆସିବା ଦ୍ୱାରା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ମଝିପଡ଼ା ଗାଁ ଜଳବନ୍ଦୀ ହେଉଥିବା ବେଳେ ଖରା ଦିନରେ ପିଇବା ପାଣି ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି ।

Advertisment

ଅନୁଗୁଳ ବ୍ଲକ ଟିକରପଡ଼ା ପଞ୍ଚାୟତ ଅଧୀନରେ ମଝିପଡ଼ା ଗାଁ ରହିଛି । ଗାଁର ପ୍ରାୟ ୬୬ ପରିବାର ରହୁଥିବା ବେଳେ ସେମାନଙ୍କ ପାଖରେ ଏପର୍ଯ୍ୟନ୍ତ ପାଇପ ଯୋଗେ ପାନୀୟ ଜଳଯୋଗାଣର ବ୍ୟବସ୍ଥା ହୋଇପାରିନାହିଁ । ଗାଁରେ ଥିବା ଗୋଟେ ନଳକୂପ ରାତି ପାହିଲେ ପିଇବା ପାଣି ପାଇଁ ମହିଳାଙ୍କ ଗହଳି ଲାଗୁଛି । ପାଇବ ଯୋଗେ ଗାଁରେ ପିଇବା ପାଣି ଯୋଗାଇ ଦେବାକୁ ଗାଁ ଲୋକ ପ୍ରଶାସନକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ବର୍ଷା ଦିନରେ ମହାନଦୀରେ ବନ୍ୟା ଆସିବା ଦ୍ୱାରା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଖରା ଦିନେ ଜଳ ସମସ୍ୟା ଲାଗି ରହୁଛି ।