ଓଡିଶାରେ ନାହିଁ ବାର୍ଡ ଫ୍ଲୁ । କୌଣସି ନମୂନାରେ ବାର୍ଡ ଫ୍ଲୁ ଜଣାପଡିନି । ୬ ରାଜ୍ୟକୁ ବ୍ୟାପିବା ପରେ ଅଣ୍ଡା, କୁକୁଡା ମାଂସ ସିଝାଇ ଖାଇବାକୁ ପରାମର୍ଶ ।

296

କନକ ବ୍ୟୁରୋ: ଓଡିଶାରେ ନାହିଁ ବାର୍ଡ ଫ୍ଲୁ । ବାର୍ଡ ଫ୍ଲୁ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସୂଚନା । ବର୍ତ୍ତମାନ ସୁଦ୍ଧା ୧୨, ୧୫୮ ନମୂନା ପରୀକ୍ଷା ହୋଇସାରିଛି । କୌଣସି ନମୂନାରେ ବାର୍ଡ ଫ୍ଲୁ ଜଣାପଡିନି । ବିଭିନ୍ନ ସ୍ଥାନର ପକ୍ଷୀଙ୍କ ସ୍ୱାବ ଉପରେ ନଜର ରଖାଯାଇଛି
କୌଣସି ସ୍ଥିତିରେ ସମାଧାନ ପାଇଁ ସରକାର ତତ୍ପର ।

ତେବେ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ । କୁକୁଡା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବାକୁ ପରାମର୍ଶ । ନିଜ ଅଞ୍ଚଳର ପକ୍ଷୀ ମଡକ ବିଷୟରେ ଜଣାଇ ପାରିବେ । ଫୋନ ନମ୍ବର- ୦୬୭୧- ୨୪୧୪୩୧୦ରେ କଲ କରିପାରିବେ । ହ୍ୱାଟ୍ସଆପ ନମ୍ବର- ୭୨୦୫୫୯୮୧୨୫ରେ ଜଣାଇବାକୁ କୁହାଯାଇଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେରଳ ପରେ ଏବେ ହରିୟାଣା ଏବଂ ଗୁଜୁରାଟରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ସୁନିଶ୍ଚିତ ହୋଇଛି। ଏହି ସବୁ ରାଜ୍ୟରେ ଶହ ଶହ ସଂଖ୍ୟାରେ ପକ୍ଷୀମାନଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନେ ‘ଏଚ୍‌ ୫ ଏନ୍‌ ୧ ଏଭିଏନ୍‌ ଇନଫ୍ଲୁଏଞ୍ଜା ଭାଇରସ୍‌’ ଦ୍ୱାରା ଆକ୍ରାନ୍ତ ବୋଲି ନମୁନା ପରୀକ୍ଷାରୁ ଜଣାପଡ଼ିଛି। ତେବେ ଓଡ଼ିଶାରେ ବର୍ତ୍ତମାନ ପର୍ୟ୍ୟନ୍ତ ବାର୍ଡ ଫ୍ଲୁ ଦେଖାଦେଇ ନାହିଁ। ୧୨,୧୫୮ଟି ନମୁନା ପରୀକ୍ଷା କରାଯାଇସାରିଥିଲେ ମଧ୍ୟ କୌଣସି ନମୁନା ପଜିଟିଭ୍ ବାହାରି ନାହିଁ। ବାର୍ଡ ଫ୍ଲୁ ଉପରେ କଡ଼ା ନଜର ରଖାଯିବା ସହ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ବାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପକ୍ଷୀମାନଙ୍କ ରକ୍ତ, ଲାଳ, ନାଜାଲ ସ୍ବାବ, କ୍ଲୋଆକାଲ ସ୍ବାବ ଏବଂ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି।

ଆକ୍ରାନ୍ତ ପକ୍ଷୀମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ମଧ୍ୟ ‘ବାର୍ଡ ଫ୍ଲୁ’ଦ୍ୱାରା ସଂକ୍ରମିତ ହୋଇ ସାମାନ୍ୟ ଜ୍ୱର କିଂବା କାଶରେ ପୀଡ଼ିତ ହୋଇପାରନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିସାରିଛି। ତେବେ ବାର୍ଡ ଫ୍ଲୁକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ଏହି ୬ଟି ରାଜ୍ୟକୁ କହିଛି କେନ୍ଦ୍ର।ଏହା ସହ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିବା ରାଜ୍ୟକୁ ପକ୍ଷୀ ମଧ୍ୟରେ କୌଣସି ଅସ୍ବଭାବିକ ମୃତ୍ୟୁହାର ଉପରେ ସଜାଗ ରହିବାକୁ ଏବଂ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଛି, ଯାହା ଦ୍ବାରା ଶୀଘ୍ର ସମ୍ଭବ ପଦକ୍ଷେପ ନିଆଯିବ।