ସଟଡାଉନ୍ ଅବଧି ବୃଦ୍ଧି କେବଳ ଗୁଜବ । ଅଜଥା ଏହାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଟ୍ୱିଟ୍ କରି ଅନୁରୋଧ କଲେ ଏସଆରସି ।

685

କନକ ବ୍ୟୁରୋ: ସଟଡାଉନ ବୃଦ୍ଧିକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ଟ୍ୱିଟ୍ । କହିଲେ, ସପ୍ତାହକୁ କେବଳ ଶନିବାର-ରବିବାର ସଟଡାଉନ ବ୍ୟତୀତ ଅନ୍ୟ କୌଣସି ଦିନ ସଟଡାଉନ ବୃଦ୍ଧି ଏକ ଗୁଜବ । ଏହାକୁ ଅଦୌ ବିଶ୍ୱାସ କରନ୍ତୁ ନାହିଁ ବୋଲି କିମ୍ବା ଅଯଥାରେ ଆତଙ୍କିତ ହୁଅନ୍ତୁ ନାହିଁ । ଏପରିକି ଉଡ଼ା କଥାରେ ବିଶ୍ୱାସ ନକରିବାକୁ ଟ୍ୱିଟ୍ ଯୋଗେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି , ପୂର୍ବ ନିର୍ଦ୍ଧାରିତ ୧୧ ଜିଲ୍ଲାରେ ଶନି-ରବି ସଟଡାଉନ୍ ରହିବ । ତେଣୁ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । କିମ୍ବା ଅଯଥାରେ ଲୋକେ ଭୟଭୀତ ହୋଇ କୌଣସି ଜିନିଷନକିଣନ୍ତୁ ଟ୍ୱିଟ୍ ଯୋଗେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।