କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଅଙ୍ଗ ପ୍ରତି ଘନଉଛି ବିପଦ । ଗର୍ଭଗୃହରେ ଅନ୍ଧାରର ସୁଯୋଗ ନେଇ ମୂଷା କରୁଛନ୍ତି ଉତ୍ପାତ । ମୂଷାଙ୍କ ନିରାକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅତ୍ୟାଧୁନିକ ମୂଷା ଧରା ମେସିନ୍ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିର ଭିତରେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଲଗାଯାଇଛି । ତେବେ ଏହି ମେସିନ୍ରେ ଏକ ବିପ୍ ଶଦ୍ଦ ବାହାରୁଥିବାରୁ ଠାକୁରଙ୍କ ଶୟନରେ ଏହା ବାଧା ସୃଷ୍ଟି କରିବ ବୋଲି ସେବାୟତ ପ୍ରଶ୍ନ ଉଠାଇଛନ୍ତି । ମହାପ୍ରଭୁଙ୍କ ଶୟନ ସମୟରେ ଜୟ ବିଜୟ ଦ୍ୱାର ଠାରୁ ଗର୍ଭଗୃହ ସମ୍ପୂର୍ଣ୍ଣ ଭାବେ ଅନ୍ଧାର ରହିବା ସହ ପୂରା ପରିବେଶ ନିସ୍ତଦ୍ଧ ରହିବାର ବିଧି ରହିଛି । ତେଣୁ ମେସିନରୁ ଶଦ୍ଧ ବାହାରୁଥିବାରୁ କିଛି ସେବାୟତ ଏହାକୁ ବିରୋଧ କରିଛନ୍ତି ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ଘନଉଛି ବିପଦ। ଗର୍ଭଗୃହରେ ବଢୁଛି ମୂଷାଙ୍କ ଉତ୍ପାତ।
/kanak/media/post_attachments/wp-content/uploads/2023/03/DSC0713_Snapseed_Darkroom-819d0b229974460e8141622c4494e2ed.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)