ବଳଭଦ୍ର ପଡ଼ିଯିବା ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ: ଦୁଃଖ ଦେଉଛି ସେବାୟତଙ୍କ ବ୍ୟବହାର

Advertisment
ବଳଭଦ୍ର ପଡ଼ିଯିବା ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ: ଦୁଃଖ ଦେଉଛି ସେବାୟତଙ୍କ ବ୍ୟବହାର

କନକ ବ୍ୟୁରୋ: ଏ କେମିତି କା ସେବା? କେତେବେଳେ ଶ୍ରୀଜିଉଙ୍କ ଉପରେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି, ପୁଣି କେତେବେଳେ ରଥ ଉପରୁ ବଡ଼ଠାକୁରଙ୍କୁ ପକାଇ ଦେଉଛନ୍ତି। ଆଡପ ପହଣ୍ଡି ସମୟରେ ମହାପ୍ରଭୁ ଶ୍ରୀ ବଳଳଦ୍ରଙ୍କୁ ସେବାୟତ ପକାଇଦେବା ପରେ ଶ୍ରଦ୍ଧାଳୁଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଆସୁଛି। କେତେବେଳେ ମହାପ୍ରଭୁ ବଳଭଦ୍ରଙ୍କୁ ପକାଇ ଦେଉଛନ୍ତି ସେବାୟତ । ଆଉ କେତେବେଳେ ବଡ଼ ଠାକୁରଙ୍କ ଉପରେ ଅଧିକାର ସାବ୍ୟସ୍ତ କଲା ଭଳି ବ୍ୟବହାର ଦେଖାଉଛନ୍ତି। କେତେବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଢିରା ଦେଇ ଛିଡା ହେଉଛନ୍ତି, ତ ପୁଣି କେତେବେଳେ ଶ୍ରୀଅଙ୍ଗକୁ କୁଣ୍ଢାଇ ପକାଉଛନ୍ତି। ଶ୍ରୀ ବଳଭଦ୍ରଙ୍କୁ ସେବାୟତ ପକାଇଦେବା ପରେ ସେବାୟତଙ୍କ ବ୍ୟବହାରକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି । ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରେ ପଡ଼ିଗଲେ ଶ୍ରୀବଳଭଦ୍ର। କାହିଁକି ହେଲା ଏତେ ବଡ଼ ବିଭ୍ରାଟ? ଏହି ବିଭ୍ରାଟ ପାଇଁ ଦାୟୀ କିଏ? ଏହାର କାରଣ ଖୋଜିବା ଆରମ୍ଭ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ସେପଟେ ସେବାୟତ ଯେଉଁଭଳି ଶ୍ରୀଜିଉଙ୍କ ସେବାରେ ଖାମଖିଆଲି ମନୋଭାବ ଦେଖାଉଛନ୍ତି, ତାହାକୁ ନେଇ ଭକ୍ତଙ୍କ ଗହଣରେ ଅସନ୍ତୋଷ ବଢିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe