ରାଜଧାନୀରେ ଲାଗୁଛି ଡର : ସକାଳୁ ସକାଳୁ ଶାସ୍ତ୍ରୀନଗର ଅଂଚଳରେ ଯୁବକଙ୍କ ଆତଙ୍କରାଜ । କଟୁରି ଧରି ବୁଲିଲେ, ଗାଳି ଗୁଲଜ କରି  ଲୋକଙ୍କୁ ଧମକ । ଅଭିଯୋଗ ପରେ  ସିସିଟିଭି ଜବତ କରି ପୁଲିସର ତଦନ୍ତ

586

କନକ ବ୍ୟୁରୋ : ରାଜଧାନୀର ଶାସ୍ତ୍ରୀନଗର ଅଂଚଳରେ ଯୁବକଙ୍କ ଆତଙ୍କରାଜ । ହାତରେ କଟୁରୀ ଧରି ବୁଲୁଛି ଜଣେ ଯୁବକ । ସକାଳୁ ସକାଳୁ ଯୁବକଙ୍କ ଏପରି ଆତଙ୍କରାଜ ଦେଖି ସ୍ଥାନୀୟ ଅଂଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସ୍ଥାନୀୟ ଲୋକଙ୍କୁ ଗାଳି ଗୁଲଜ କରିବା ସହ ମାରି ଦେବାକୁ ଧମକ ବି ଦେଉଛି ।

ଯୁବକ ଏପରି କଟୁରୀ ଧରି ଧମକ ଦେଉଥିବା ସମୟର ପୁରା ଚିତ୍ର କଏଦ ହୋଇଛି ସିସିଟିଭିରେ । ସ୍ଥାନୀୟ ଲୋକେ ଏହାକୁ ନେଇ ଖାରବେଳ ନଗର ଥାନାରେ ଏତଲା କରିଛନ୍ତି ।