କନକ ବ୍ୟୁରୋ : ବିଜେଡି ଭଳି ବିଜେପି ଓ କଂଗ୍ରେସରେ ମଧ୍ୟ ଟିକେଟ୍ ଘୋଷଣାକୁ ନେଇ ଛକାପଞ୍ଝା ଜାରି ରହିଛି । ବିଜେପି ଗୋଟିଏ ପଟେ ସବୁ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆହୁରି ୩୫ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିବା ବାକି ରହିଛି ।
ସେପଟେ ବହୁ ପଛରେ ପଡ଼ିଯାଇଛି କଂଗ୍ରେସ । ଦଳ ମାତ୍ର ୪୯ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ତେବେ ଉଭୟ ଦଳ କାହିଁକି ଟିକେଟ୍ ଘୋଷଣାରେ ବିଳମ୍ବ କରୁଛନ୍ତି, ତାକୁ ନେଇ ଉଠୁଛି ପ୍ରଶ୍ନ । କୁହାଯାଉଛି, ବର୍ତମାନ ଦଳ ଡିଆଁ ପର୍ବ ଚାଲିଥିବାରୁ ଦୁଇ ଦଳ ପ୍ରାର୍ଥୀ ଦେବାରେ ବିଳମ୍ବ କରୁଛନ୍ତି । ଅନ୍ୟପଟେ ଉଭୟ ଦଳରେ ଏବେ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢ଼ିଚାଲିଛି । ପ୍ରତିଦିନ ବିଭିନ୍ନ ନିର୍ବାଚନମଣ୍ଡଳୀର କର୍ମକର୍ତା ଆସି ଦଳୀୟ କାର୍ଯ୍ୟାଳୟରେ ଟିକେଟ୍ ପାଇଁ ପ୍ରତିବାଦ କରୁଛନ୍ତି । ହୁଏତ ଏହି ପ୍ରତିବାଦ ପାଇଁ ଟିକେଟ୍ ଘୋଷଣାରେ ବିଳମ୍ବ ହେଉଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/04/BJP-Congress.jpg)