ଗାଁରେ ମାତିଛି ବାଘ, ଲୋକେ ଭୟଭୀତ। ଜାଲ ବିଛାଇଛି ବନବିଭାଗ।

161

କନକ ବ୍ୟୁରୋ: ସୁନ୍ଦରଗଡ ବଡଗାଁ ଫରେଷ୍ଟ ରେଞ୍ଜର ହେଲେବାହାଲ କଲରାପତରିଆ ବାଘର ଉତ୍ପାତରେ ଗାଁ ଲୋକେ ବେହାଲ ହୋଇଛନ୍ତି । ବିଲମାଳରେ କଲରାପତରିଆ ବାଘ ବୁଲୁଛି । ଗାଁ ବାରିପଟେ ପଶିବା ଫଳରେ ଲୋକଙ୍କ ଭିତରେ ଛନକା ପଶିଛି । ଗାଁ ଲୋକେ ଦେଖି ପାଟି କରିବା ଯୋଗୁଁ ଏକ ବୁଦା ଭିତରେ ପଶିଯାଇଛି । ଆଉ ବାଘର ଆତଙ୍କ ଦେଖି ବନବିଭାଗ ବି ସତର୍କ ହୋଇଛି । ବାଘର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଛି । ବାଘରୁ ଧରିବା ଲାଗି ଜାଲ ବିଛାଯାଇଛି । ବାଘ ଯେଭଳି ଧରାପଡିବ ସେ ନେଇ ସବୁ ବନ୍ଦୋବସ୍ତ ହୋଇଛି । କିନ୍ତୁ କଲରାପତରିଆ ବାଘ ଧରାପଡୁନାହିଁ । ଟ୍ରାଙ୍କୁଲାଇଜ ଟିମ ବି  ଅଛନ୍ତି ।

ନୂଆପଡା ଭରୁଆମୁଣ୍ଡା ପଞ୍ଚାୟତର ଲୋଡ୍ରା ଗାଁରେ ବି କଲରାପତରିଆ ବାଘ ଆଥଙ୍କ ଦେଖାଦେଇଛିା ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଲୋଡ୍ରା ଗାଁରେ ଲୋକେ କଲରାପତରିଆ ବାଘ ବୁଲୁଥିବା ଦେଖିଛନ୍ତି । ଲୋକେ ଏ ନେଇ ବନବିଭାଗକୁ ଖବର ଦେବା ପରେ ବନବିଭାଗ କର୍ମଚାରୀ ବାଘ ଗତିବିଧି ଉପରେ ନଜର ରଖିଛନ୍ତି । ଏହି କଲରାପତରିଆ ବାଘ ସ୍ଥାନୀୟ ଅଞ୍ଚଳରେ ପଶୁ ଶିକାର କରୁଛି । ଏହି ବାଘ ଗର୍ଭବତୀ ଥିବା ବନବିଭାଗ କର୍ମଚାରୀ କହିଛନ୍ତି । ସିସିଟିଭି ଲଗାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି । ଲୋକେ ଆତଙ୍କିତ ନ ହେବାକୁ ବନବିଭାଗ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।