କନକ ବ୍ୟୁରୋ: ନଭେମ୍ବର ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ପୁଣି ଥରେ କ୍ଷମତା ହାତେଇବାକୁ ବାଇଡେନଙ୍କ ଡେମୋକ୍ରାଟ୍ ପାର୍ଟି କଳ ବଳ ଲଗାଇଦେଇଛି । କିନ୍ତୁ ନିଜେ ବାଇଡେନ ହିଁ ଏବେ ଦଳ ପାଇଁ ହୋଇଛନ୍ତି ବଡ ସମସ୍ୟା । ଅଧିକ ବୟସ ଓ ସାନସିକ ସ୍ବାସ୍ଥ୍ୟକୁ ନେଇ ସବୁଠି ଚର୍ଚ୍ଚା । ଏବେ ଦଳ ତାଙ୍କୁ ବଦଳାଇ କମଲା ହ୍ୟାରିସଙ୍କୁ ପ୍ରାର୍ଥୀ କରିବା ନେଇ ଦାବି କରୁଥିବା ଚର୍ଚ୍ଚା ହେଲାଣି ।

କିଛି ଦିନ ପରେ ହେବ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ପୁଣି ଥରେ କ୍ଷମତା ହାତେଇବାକୁ ଡେମୋକ୍ରାଟିକ ପାର୍ଟି କଳ ବଳ ଲଗାଇଦେଇଛି । କିନ୍ତୁ ଦଳ ପାଇଁ ସମସ୍ୟା ଆଣିଛନ୍ତି ରାଷ୍ଟ୍ରପତି ବାଇଡେନ । ବୟସାଧିକ ଯୋଗୁଁ ବାଇଡେନଙ୍କ ମାନସିକ ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ଚର୍ଚ୍ଚା ହେଉଛି । ନିକଟରେ ବାଇଡେନଙ୍କ କିଛି ଭିଡିଓ ଏଭଳି ସଙ୍କେତ ଦେଇଛି । ଏହାରି ଭିତରେ ଆମେରିକୀୟ ଗଣମାଧ୍ୟମରେ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । କୁହାଯାଉଛି ବାଇଡେନ ନୁହେଁ ବରଂ କମଲା ହ୍ୟାରିସ ହୋଇପାରନ୍ତି ଆମେରିକାର ରାଷ୍ଟ୍ରପତି ଚେହେରା । ଦଳ ଭିତରେ ଏହି ଦାବି ବଢ଼ୁଥିବା ଯୋଗୁଁ ହ୍ୟାରିସଙ୍କ ନାଁକୁ ନେଇ ଜୋର ଧରିଲାଣି ଚର୍ଚ୍ଚା ।

ଚର୍ଚ୍ଚା ହେଉଛି ଡେମୋକ୍ରାଟିକ ପାର୍ଟି ଦ୍ବାରା ଏକ ସିକ୍ରେଟ ସର୍ଭେ କରାଯାଇଛି । ଯେଉଁଥିରେ କମଲା ହ୍ୟାରିସ ଟ୍ରମ୍ପଙ୍କୁ ବେଶ ସହଜରେ ହରାଇପାରିବେ ବୋଲି ଏହି ସର୍ଭେ କହୁଛି ।ଏପରିକି ଏହି ରିପୋର୍ଟ ଆଧାରରେ ଯଦି ଦରକାର ପଡେ ତେବେ ବାଇଡେନଙ୍କୁ ପ୍ରାର୍ଥୀ ନହେବା ପାଇଁ ବୁଝାଇବାକୁ ଚେଷ୍ଟା କରିପାରେ ଦଳ ।

ସେପଟେ ଆମେରିକା ଗଣମାଧ୍ୟମ ସର୍ଭେରେ ବି ଆଗରେ ରହିଛନ୍ତି କମଲା ହ୍ୟାରିସ୍ । ସର୍ଭେ କହୁଛି--
କମଲା ହ୍ୟାରିସ ଜଣେ ମଜଭୁତ ମହିଳା ଚେହେରା । ସ୍ବଚ୍ଛ ଭାବମୂର୍ତି ସହ ଯୁବକ ଓ ମହିଳାଙ୍କ ଭିତରେ ବେଶ ଲୋକପ୍ରିୟ । ଯଦି ଜୋ ବାଇଡେନ ବନାମ ଡୋନାଲ୍ଡ ଟ୍ରମ୍ପ ଲଢ଼େଇ ହୁଏ ତେବେ ବାଇଡେନଙ୍କୁ ୪୪% ସମର୍ଥନଙ୍କୁ ମିଳିବ । ଆଉ ଯଦି କମଲା ହ୍ୟାରିସ ବନାମ ଡୋନାଲ୍ଡ ଟ୍ରମ୍ପ ତେବେ କମଲାଙ୍କୁ ୫୦ % ସମର୍ଥନ ପାଇପାରନ୍ତି

ଯଦି କମଲାଙ୍କୁ ରାଷ୍ଟ୍ରପତି ଚେହେରା କରାଯାଏ ତେବେ ସେ ନିର୍ବାଚନରେ ଟ୍ରମ୍ପଙ୍କୁ କଡା ଟକ୍କର ଦେଇପାରିବେ । କମଲାଙ୍କ ସପକ୍ଷରେ ରହିଛି ପ୍ରବାସୀ ଭାରତୀୟ ଭୋଟରଙ୍କ ବଡ଼ ସମର୍ଥନ । ଦେଶର ଉପରାଷ୍ଟ୍ରପତି ଥିବା ସମୟରେ ମହିଳା ଭୋଟରଙ୍କ ନିକଟତର ହୋଇପାରିଛନ୍ତି

ଅନ୍ୟପଟେ ଟ୍ରମ୍ପଙ୍କର ରହିଛି ଅନେକ ଅପରାଧିକ ଟ୍ରାକ ରେକର୍ଡ । ଯାହାକୁ ପ୍ରସଙ୍ଗ କରି ଫାଇଦା ନେଇପାରିନ୍ତି କମଲା ହ୍ୟାରିସ୍ । ତେବେ ଆସନ୍ତା ନଭେମ୍ବର ୫ରେ ହେବାକୁ ଥିବା ନିର୍ବାଚନରେ ଯଦି ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଯଦି କମଲା ହ୍ୟାରିସ ରାଷ୍ଟ୍ରପତି ପ୍ରାର୍ଥୀଭାବେ ଲଢ଼ନ୍ତି ଓ ଜିତନ୍ତି ତେବେ ତେବେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇ ଇତିହାସ ରଚିବେ ।