ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ: କହିଲେ, ଓଡିଶାର ବିକାଶ ଦିଗରେ ସ୍ୱତନ୍ତ୍ର ନଜର ରହିଛି

89

କନକ ବ୍ୟୁରୋ: ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ । ଆଜି ଓଡିଶାର ବିକାଶ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ପ୍ରାୟ ୭୦ ହଜାର କୋଟି ପ୍ରକଳ୍ପର ଆରମ୍ଭ । ଶିକ୍ଷା ଓ ଅନ୍ୟ କ୍ଷେତ୍ରରେ ଏହାର ଅବଦାନ ରହିବ । ଏହି ସବୁ ପ୍ରକଳ୍ପ ସବୁ ବର୍ଗକୁ ଲାଭ ଦେବ । ଏହା ରୋଜଗାରର ସମ୍ଭାବନା ସୃଷ୍ଟି କରିବ । ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉଛି । ଦେଶ ପାଇଁ ଉତ୍ସର୍ଗ ଲୋକଙ୍କୁ ଦେଶ କେବେ ଭୁଲେ ନାହିଁ । ସବୁ ରାଜ୍ୟ ବିକାଶ କଲେ ଦେଶ ବିକଶିତ ହେବ । ଓଡିଶାର ବିକାଶ ଦିଗରେ ସ୍ୱତନ୍ତ୍ର ନଜର ରହିଛି । ଗତ ୧୦ ବର୍ଷରେ କେନ୍ଦ୍ର ଯେଉଁ ନୀତି ବନେଇଛି, ଏଥିରୁ ଓଡିଶାକୁ ବହୁତ ଲାଭ ମିଳିଛି ।

ରାଜ୍ୟରେ ବିକାଶରେ ପ୍ରାୟ ୭୦ ହଜାର କୋଟି ପ୍ରକଳ୍ପର ଉଦଘାଟନ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ବିକାଶରେ ହିଁ ଦେଶର ବିକାଶ ହୋଇଥାଏ, ସେଥିପାଇଁ ସବୁବେଳେ କେନ୍ଦ୍ର ସରକାର ରାଜ୍ୟର ବିକାଶ କ୍ଷେତ୍ରରେ ଉପରେ ଗୁରୁତ୍ୱ ଦେଉଛନ୍ତି ।

ବିକାଶ କ୍ଷେତ୍ରରେ ଓଡିଶା ଯେଭଳି ମହତ୍ୱପୂର୍ଣ୍ଣ ସ୍ଥାନ ନେବ କେନ୍ଦ୍ର ସରକାର ପ୍ରୟାସ ଜାରି ରଖି ସହଯୋଗ ଦେଇଆସୁଛନ୍ତି । ଓଡିଶାକୁ କେନ୍ଦ୍ର ସରକାର ସବୁବେଳେ ମହତ୍ୱପୂର୍ଣ୍ଣ ସ୍ଥାନ ଦେଇଛନ୍ତି । ରାଜ୍ୟରେ ବିଗତ ୧୦ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ଦେଢ ଲକ୍ଷ କୋଟିର ପୁଞ୍ଜିନିବେଶ ହୋଇଛି । ବିଗତ ୧୦ ବର୍ଷରେ ୫୦ ହଜାର କିଲୋମିଟରର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସଡକ ନିର୍ମାଣ ହୋଇଛି । ୪ ହଜାର କିଲୋମିଟର ଜାତୀୟ ରାଜପଥ ନର୍ମାଣ ହୋଇଛି । ରେଳ ବାଇ କ୍ଷେତ୍ରରେ ୧୨ ଗୁଣା ଅଧିକ ଅନୁଦାନ ମିଳିଛି । କେନ୍ଦ୍ରର ଖଣିନୀତି ପରିବର୍ତ୍ତନ ଯୋଗୁଁ ଓଡିଶାକୁ ଅଧିକ ୧୦ଗୁଣା ଲାଭ ମିଳିଛି ।

ସେହିପରି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଛନ୍ତି, ଆଇଆଇଏମ ସମ୍ବଲପୁର ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀ ଦେଶ ପାଇଁ ନୂଆ ଦିଗ ରଖିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ ରଖି କହିଛନ୍ତି ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରନ୍ତି, ସେହି ପ୍ରକଳ୍ପର ଲୋକାର୍ପଣ ବି କରନ୍ତି ।