ଗଞ୍ଜାମର ଶେରଗଡ ବ୍ଲକରେ ୟୁରିଆ ସାରର ଘୋର ଅଭାବ : ବସ୍ତାଏ ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ; ସେବା ସମବାୟ ସମିତି  କର୍ତୃପକ୍ଷ ଅସହାୟ, ଖାଲ ହାତରେ ଫେରିଲେ ଅଧିକାଂଶ ଚାଷୀ

148
କନକ ବ୍ୟୁରୋ : ଗଞ୍ଜାମ ଶେରଗଡ ବ୍ଲକରେ  ୟୁରିଆ ସାରର ଅଭାବ ଦେଖାଦେଇଛି ।  ସ୍ଥିତି ଏଭଳି ହୋଇଛି ଯେ,  ବସ୍ତାଏ ସାର ପାଇଁ ଚାଷୀଙ୍କୁ ଲମ୍ବା ଲାଇନରେ ଜଗିବାକୁ ପଡୁଛି ।  ଏଭଳି ଘଟଣା ଦେଖିବାକୁ ମିଳିଛି ଶେରଗଡର କରାଡକଣା ସେବା ସମବାୟ ସମିତିରେ ।  ମଙ୍ଗଳବାରଦିନ ସାର ବଂଟନ ହେବା ଜଣାପଡିବା ପରେ ଚାଷୀମାନେ ଆସି ଲମ୍ବାଲାଇନ ଲଗାଇଥିଲେ । ଏହାକୁ ନେଇ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା ।  ଚାଷୀଙ୍କ ଅସମ୍ଭାଳ ଭିଡ ଦେଖି  ସେବା ସମବାୟ ସମିତି କର୍ତୃପକ୍ଷ ଅସହାୟ ପାଲଟିଯାଇଥିଲେ ।  ପରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ  ସାର ବଂଟନ କରାଯାଇଥିଲା ।
ସାର ନେବା ପାଇଁ ପାଖାପଖି  ୩ ହଜାର ଚାଷୀ   ଥିବାବେଳେ ମାତ୍ର  ୬ ଶହ ସାରବସ୍ତା ଥିଲା ।   ଦୀର୍ଘ ସମୟ ଧରି ଚାଷୀ ଜଗିବା ପରେ ଖାଲି ହାତରେ ଫେରିଥିଲେ  । ଏହାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନେକ ଚାଷୀ  ବଜାରରୁ ଚଢାଦରରେ  ସାର କିଣିବାକୁ ବାଧ୍ୟ ହେଉଛନ୍ତି ।