ମହାନଦୀରେ ବଡ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଖୋଲୁଛି ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ : ୪୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

529

କନକ ବ୍ୟୁରୋ : ଉପର ମୁଣ୍ଡରେ ବର୍ଷା ଯୋଗୁଁ ଖୋଲୁଛି ହୀରାକୁଦ ଡ୍ୟାମ୍ର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲୁଛି । ବର୍ତମାନ ଜଳ ଭଣ୍ଡାରର ୪୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦର ଜଳସ୍ତର ରହିଛି ୬୨୫ ଦଶମିକ ୫୨ ଫୁଟ । ହୀରାକୁଦ ଡ୍ୟାମ ଭିତରକୁ ସେକେଣ୍ଡ ପ୍ରତି ୬ ଲକ୍ଷରୁ ଅଧିକ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୬ ଲକ୍ଷ ୬୦ ହଜାର ୭୯ କ୍ୟୁସେକ ଜଳ । ଛତିଶଗଡରେ ମହାନଦୀର ଉପରମୁଣ୍ଡରେ ଅଧିକ ବର୍ଷା ପରେ ଡ୍ୟାମର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି । ଏବେ ଡ୍ୟାମର ୪୦ ଟି ଗେଟ୍ ଖୋଲା ଯାଇଛି । ଆଗକୁ ପାଣି ସ୍ତରକୁ ଦେଖି ଡ୍ୟାମର ଆଉ କିଛି ଗେଟ୍ ଖୋଲାଯିବ ।

ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମଧ୍ୟମରୁ ବଡ଼ ଧରଣର ବନ୍ୟା ହେବ ବୋଲି କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି । ଉପରମୁଣ୍ଡରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ଯାହା ପ୍ରଭାବରେ କଲମା ପାଖରେ ୫ ଲକ୍ଷ ଘନଫୁଟ ଜଳ ପ୍ରବେଶ କରୁଥିବା ରେକର୍ଡ କରାଯାଇଛି । ଇବ ଓ ଭେଡେନରେ ଅଢେଇ ଲକ୍ଷ ଘନଫୁଟ ଜଳ ରହିଛି । ହୀରାକୁଦରେ ଏବେ ୪୦ ଟି ଗେଟ ଖୋଲାଅଛି ।

ହୀରାକୁଦରେ ୮ ଲକ୍ଷ ଘନଫୁଟ ଜଳ ଆସିବ । ୬ ଲକ୍ଷ ଘନଫୁଟ ଜଳ ତଳମୁଣ୍ଡକୁ ଛଡାଯିବ । ହୀରାକୁଦରୁ ମୁଣ୍ଡଳୀଯାଏଁ ପାଣି ଆସିବାକୁ ୩୬ ରୁ ୪୮ ଘଂଟା ଲାଗିଥାଏ । ହୀରାକୁଦରୁ ୬ ଲକ୍ଷ, ତେଲ, ସୁକତେଲ, ଜିରା, ଓଁମରୁ ୩ଲକ୍ଷ, ଖଇରମାଳରେ ୧ ଲକ୍ଷ କ୍ୟୁସେକ୍ ପାଣି ମିଶିବ । ଫଳରେ ମୁଣ୍ଡଳୀଠାରେ ୧୦ ଲକ୍ଷରୁ ସାଢେ ୧୦ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ । ପୁରୀ, କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡା, ଜଗତସିଂହପୁର, ବନ୍ୟା ପ୍ରଭାବିତ ହେବ ।