କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଅଧିକ ଘନୀଭୂତ ହେଉଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ । ଏହା ସହିତ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଏହାର ପ୍ରଭାବରୁ ଦକ୍ଷିଣ ଓଡିଆ ଏବଂ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଲଘୁଚାପ ପ୍ରଭାବରେ ଆଜି ଠାରୁ ୪ ଦିନ ଅର୍ଥାତ୍ ୨୨ ତାରିଖ ଯାଏଁ ବର୍ଷିବ । ଲଘୁଚାପ ପ୍ରଭାବରୁ ରାଜ୍ୟର ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
ବିଶେଷ କରି ଗଞ୍ଜାମ ଓ ଗଜପତି , ମାଲକାନଗିରି, ରାୟଗଡା ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ମାଲକାନଗିରି , ରାୟଗଡା, ମୟୂରଭଞ୍ଜ ଓ ଢ଼େଙ୍କାନାଳରେ ମଧ୍ୟ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୨ ତାରିଖ ଯାଏଁ ବର୍ଷା ସଂଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ।
ସେପଟେ, ଲଘୁଚାପର ଲଗାଣ ବର୍ଷା ପାଇଁ ଜିଳ୍ଲା ପ୍ରଶାସନର ତପ୍ତରତା । ଗଂଜାମ ଜିଲ୍ଲାର ସମସ୍ତ ଡ୍ୟାମରୁ ୭୫ ପ୍ରତିଶତ ପାଣି ଖାଲି କରିବାର ନିଷ୍ପତ୍ତି । ସ୍ଥିତି ପରକ୍ଷିଲେ ଜିଳ୍ଲା ପ୍ରଶାସନ । ଆସନ୍ତା ୪ ଦିନ ପର୍ୟ୍ୟନ୍ତ ସାରା ଜିଲ୍ଲାରେ ବର୍ଷା ହେବବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ଜିଲ୍ଲା ପ୍ରଶାସନ ଏନେଇ ସଜାଗ ହୋଇ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/07/RAIN-750x430-1.jpg)