ଲଘୁଚାପ ପ୍ରଭାବରେ ଦୁଇ ଦିନ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସଂଭାବନା : ୧୨ ଜିଲ୍ଳାକୁ ବର୍ଷା ଆଲର୍ଟ ; ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷିବ

ଆଜି ଲଘୁଚାପ ନେବ ଅବପାତ ରୂପ, ଆଗକୁ ହେବ ଗଭୀର ଅବପାତ

535

କନକ ବ୍ୟୁରୋ : ବର୍ଷାରେ ଭିଜିବ ପାର୍ବଣ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ ମାର୍କଡ୍ ଲୋ ପ୍ରେସର ଏବେ ଗଭୀର ଘନୀଭୂତ ହୋଇଛି । ଏହା ଏବେ ଉତର ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ତଥା ଦକ୍ଷିଣ ଓଡିଶା , ଉତ୍ତର ଆନ୍ଧ୍ର ଉପକୂଳରେ ଏହି ଲଘୁଚାପ ଏବେ ସକ୍ରିୟ ରହିଛି । ଏହି ଲଘୁଚାପ ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୫.୮ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ବ୍ୟାପି ରହିଛି ।

ଆଗାମୀ ୪୮ ଘଂଟାରେ ଉତର, ଉତର-ପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳ ଦେଇ ଉତର ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ଗତି କରିବାର ସଂଭାବନା ରହିଛି । ଏହା ଆଗାମୀ ୧୨ ଘଂଟାରେ ଅବପାତ ଏବଂ ପରବର୍ତି ୨୪ ଘଂଟାରେ ଗଭୀର ଅବପାତରେ ପରିଣତ ହେବାର ସଂଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଲଘୁଚାପ ୱେଲମାର୍କର ରୂପ ନେଇ ଅଧିକ ଘନୀଭୂତ ହେଉଥିବାରୁ ୬ ଜିଲ୍ଲାକୁ ଅଂରେଜ ଓ ୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୨ ତାରିଖରେ ମୟୂରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପୁରୀ, ଜଗତସିଂହପୁର,କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୩ ରେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଓ ଢ଼େଙ୍କାନାଳକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।