ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭାରେ ସରଗରମ ଆଲୋଚନା : ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିଲେ ବିରୋଧୀ; ନରସିଂହ କହିଲେ ଚାଲିଛି ଜଙ୍ଗଲ ରାଜ

ବଦଳି କଲେ ହେବନି, ଦରକାର ଦୃଢ କାର୍ଯ୍ୟାନୁଷ୍ଠାନ

59

କନକ ବ୍ୟୁରୋ : ବିଧାନସଭାରେ ଆଜି ପୁଣି ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଡା ଟିପ୍ପଣୀ କରିଛନ୍ତି । ନରସିଂହ କହିଛନ୍ତି ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି । ସେହିପରି କେବଳ ନିଲମ୍ବନ କଲେ ଚଳିବ ନାହିଁ ହାଜତ ମୃତ୍ୟୁ ପ୍ରସଙ୍ଗରେ ଦୋଷୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଆହୁକି ମଧ୍ୟ କହିଛନ୍ତି ଉତ୍ତରପ୍ରଦେଶରେ ଦୁଷ୍କର୍ମ, ହତ୍ୟା ପରେ ମୃତଦେହକୁ ହସ୍ତାନ୍ତର କରଗଲାନି । ରାଜ୍ୟ ସରକାର ମଧ୍ୟ ସେ ଦିଗଦର୍ଶନରେ ଅନୁପ୍ରାଣିତ ହୋଇ ସେଇୟା କଲେ । ଏମିତି କେବେ ଓଡିଶାରେ ଦେଖାଯାଇନଥିଲା । ଏସପିଙ୍କୁ କେବଳ ବଦଳି କଲେ ହେବନି, କାର୍ଯ୍ୟାନୁଷ୍ଠାନ ଦରକାର । ପରିବାରକୁ ମୃତଦେହ ହସ୍ତାନ୍ତର କରାଗଲାନି ଯାହା ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି । ସେପଟେ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି । ପ୍ରଦୀପ୍ତ ନାୟକ କହିଛନ୍ତି IAS ଓ IPSଙ୍କୁ କେତେ ଦିନ ବଞ୍ଚାଇବେ ସରକାର । ଏସପି ଦଣ୍ଡିତ ହେବା ଦରକାର । ଖାଲି ଛୋଟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।