୪୨୦ ମହିଳା ପୁଲିସଙ୍କ କାରନାମା ନେଇ ସବୁଠି ଚର୍ଚ୍ଚା। ବରଗଡ ଥାନାରେ ଅଭିଯୋଗ ପରେ ଥାନାବାବୁଙ୍କ ନାଲି ଆଖି।

୪୨୦ ମହିଳା ପୁଲିସଙ୍କ କାରନାମା ନେଇ ସବୁଠି ଚର୍ଚ୍ଚା। ବରଗଡ ଥାନାରେ ଅଭିଯୋଗ ପରେ ଥାନାବାବୁଙ୍କ ନାଲି ଆଖି।

କନକ ବ୍ୟୁରୋ: ୪୨୦ ମହିଳା ପୁଲିସଙ୍କ କାରନାମା ନେଇ ସବୁଠି ଚର୍ଚ୍ଚା । ପୁଲିସ କର୍ମଚାରୀ ଜଣକ ନିଜେ ବିକ୍ରି କରିଥିବା ଗାଡିକୁ ନିଜେ ଚୋରି କରିନେଇଥିବା ହୋଇଛି ଅଭିଯୋଗ । ପୁଲିସ ନିଜ ତାଉ ଦେଖାଇ ପୁରୁଣା ଗାଡି ବିକ୍ରିକଲେ । ଶେଷରେ ବିକେତ୍ରାଙ୍କୁ ଦେଇଥିବା ଟଙ୍କା ହଡପ କରି ଗାଡିକୁ ଚୋରି କରି ବି ନେଇଆସିଥିବା ହୋଇଛି ଅଭିଯୋଗ । ସେପଟେ ଅଭିଯୋଗକାରୀ ଅଭିଯୋଗ ନେଇ ବରଗଡ ଥାନାରେ ପହଞ୍ଚିଥିବା ବେଳେ ନ୍ୟାୟ ଦେବା ବଦଳରେ ଥାନା ବାବୁ ଦେଖାଇଛନ୍ତି ନାଲି ଆଖି । ଏହିଭଳି ଏକ ଫିଲ୍ମ ଷ୍ଟାଇଲରେ ଘଟଣା ଘଟିଛି ବରଗଡ ଟାଉନଥାନାରେ ।

ଜଣେ ପୁଲିସ କର୍ମଚାରୀଙ୍କ ଗାଡି କିଣି ଫସିଯାଇଛନ୍ତି ଗୋଟିଏ ପରିବାର । ଗାଡି ବିକ୍ରି ହେଲା, ୧ଲକ୍ଷ ଟଙ୍କା ଅଧିକ ବି ନେବା ପରେ ବି ଗାଡିର ମାଲିକାନା ପରିବର୍ତନ ହୋଇପାରିଲା ନାହିଁ । ଏହା ବଦଳରେ ଆରଟିଓ ଅଫିସରୁ ତାଙ୍କର ଆବେଦନ ପତ୍ର ଫେରାଇନେବା ସହ ମଧ୍ୟସ୍ଥିଙ୍କୁ ଏବେ ଧରାଛୁଆଁ ଦଉନାହାନ୍ତି ପୁଲିସ ଅଧିକାରୀଣୀ ସ୍ମିତାରାଣୀ ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe