କନକ ବ୍ୟୁରୋ : ଖବର ବାଜିଲା ଧାନ ଉଠିଲା । ଯେଉଁ ମଣ୍ଡିରେ ମାସ ମାସ ଧରି ମିଲର୍ସ ଆସୁ ନଥିବା ବେଳେ ଚାଷୀଙ୍କ ଧାନ ପଡି ରହୁଥିଲା ସେଠାରେଧାନ ନେବାପାଇଁ ମିଲର୍ସ ଆଉ ଟ୍ରକଙ୍କ ଲମ୍ବା ଲାଇନ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ବକ୍ସମା ଠାରେ କୁଚିଣ୍ଡା ଲ୍ୟାମ୍ପ ଚାଷୀଙ୍କ ଧାନ ସଂଗ୍ରହ କରୁଥିବା ବେଳେ ଶତାଧିକ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଥିଲା ।
ଏନେଇ ଗଣମାଧ୍ୟମରେ ମଧ୍ୟ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ସମସ୍ୟାର ସମାଧାନ ହୋଇଛି ଏବଂ ଧାନ ଉଠୁଛି । ଏଫଏକ୍ୟୁ ଆଳରେ ମିଲର୍ସ ଆସୁନଥିବା ବେଳେ ଏବେ କିନ୍ତୁ ଧାନ ଉଠାଇବା ପାଇଁ ମିଲର୍ସଙ୍କ ଲାଇନ ଲାଗିଛି । ଏବେ ଧାନ ନିୟମିତ ଉଠିବ ବୋଲି କୁଚିଣ୍ଡା ଲ୍ୟାମ୍ପସ୍ ଏମଡି କହିଛନ୍ତି ।