ଅଗ୍ରୱଧୀ ନମୁନା ପ୍ରଶ୍ନପତ୍ର ପାଇଁ ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଉତ୍ସାହ

80

କନକ ବ୍ୟୁରୋ: ସମ୍ବାଦ ଡିଜିଟାଲ ପକ୍ଷରୁ ଆରମ୍ଭ କରାଯାଇଥିବା ପଦକ୍ଷେପ ଆକାଶ ବାଇଜୁ ଅଗ୍ରୱଧୀ ଏସ୍.କ୍ୟୁ.ପି – ୨୦୨୩ ପାଇଁ ସିବିଏସଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢୁଛିଜ୍ଝ ଆଗାମୀ ବାର୍ଷିକ ବୋର୍ଡ଼ ପରୀକ୍ଷାର ପ୍ରସ୍ତୁତି ପାଇଁ ସମ୍ବାଦର ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ବିଷୟର ନମୁନା ପ୍ରଶ୍ନପତ୍ରଗୁଡିକ ପ୍ରକାଶ ପାଉଛି । ଉଭୟ ଦଶମ ଓ ଦ୍ୱାଦଶ (ବିଜ୍ଞାନ)ର ଛାତ୍ରଛାତ୍ରୀ www.sambadepaper.com ୱେବସାଇଟ୍ ମାଧ୍ୟମରେ Agrayodhi SQP ପାଇଁ ରେଜିଷ୍ଟ୍ରେସନ କରି ଏହାର ଲାଭ ଉଠାଉଛନ୍ତି । ଦଶମ ଶ୍ରେଣୀ ପାଇଁ ଗଣିତ, ବିଜ୍ଞାନ, ଇଂରାଜୀ, ହିନ୍ଦୀ ଓ ସାମାଜିକ ବିଜ୍ଞାନ ବିଷୟଗୁଡିକର ନମୁନା ପ୍ରଶ୍ନପତ୍ର ପାଉଥିବା ବେଳେ ଦ୍ୱାଦଶ (ବିଜ୍ଞାନ) ଛାତ୍ରଛାତ୍ରୀମାନେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ଗଣିତ, କମ୍ପୁଟର ବିଜ୍ଞାନ ଓ ଇଂରାଜୀର ନମୁନା ପ୍ରଶ୍ନପତ୍ର ଗୁଡିକ ଡାଉନଲୋଡ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରଶ୍ନପତ୍ର ପାଇବାର ଠିକ୍ ପରଦିନ ଉତ୍ତରପତ୍ର ମଧ୍ୟ ସମାନ ୱେବସାଇଟରେ ଉପଲବ୍ଧ ହେଉଛି ।

ସୂଚନାଯୋଗ୍ୟ, ଓଡିଶାର ବିଭିନ୍ନ ଅଞ୍ଚଳରେ ଥିବା ଅଗ୍ରଣୀ ସିବିଏସଇ ବିଦ୍ୟାଳୟ ଗୁଡିକର ବିଷୟ ଭିତ୍ତିକ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ନମୁନା ପ୍ରଶ୍ନପତ୍ର ଗୁଡିକ ପ୍ରସ୍ତୁତ କରାଯାଉଛି । ଜାନୁଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ୟ୍ୟକ୍ରମ ସିବିଏସ୍ଇ ଦଶମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷା ଶେଷ ପର୍ୟ୍ୟନ୍ତ ଚାଲୁ ରହିବ ।

ଉଲ୍ଲେଖଯୋଗ୍ୟ, ସମ୍ବାଦ ଇ-ପେପର ଛଡା www.sambad.in, www.sambadenglish.com ଓ www.kanaknews.com ୱେବପୋର୍ଟାଲ୍ ଗୁଡିକ ମଧ୍ୟରୁ ଯେକୌଣସିଟିକୁ ଭିଜିଟ୍ କଲେ ମଧ୍ୟ ଅଗ୍ରୱଧୀ ନମୁନା ପ୍ରଶ୍ନପତ୍ର ପାଇଁ ଲିଙ୍କ ପାଇପାରିବେ ।