ମନ୍ତବ୍ୟକୁ ନେଇ ବଢୁଛି ବିବାଦ । ଅଖିଳେଶଙ୍କୁ କ୍ଷମା ମାଗିବାକୁ କହିଲେ ଯୋଗୀ ।

147

କନକ ବ୍ୟୁରୋ: ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମହାତ୍ମା ଗାନ୍ଧୀ ଓ ଅଲ୍ଲୀ ଜିନ୍ନାଙ୍କୁ ନେଇ ଅଖିଳେଶ ଯାଦବ ଦେଇଥିବା ବୟାନକୁ ନେଇ ତାତିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଖିଳେଶଙ୍କ ଏହି ବୟାନ୍ ଲଜ୍ଜାଜନକ ଓ ତାଲିବାନୀ ମାନସିକତା । ତେଣୁ ଯଥାଶିଘ୍ର ଅଖିଳେଶ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ଅଦିତ୍ୟନାଥ ।

ସୂଚନା ମୁତାବକ, ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର ହରଦୋୟି ଠାରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇଥିଲେ । ଏଥିରେ ଭାଷଣ ଦେବାକୁ ଯାଇ ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧୀ ଓ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ଅବଦାନ ଉପରେ ମନ୍ତବ୍ୟ ଦେଇଥିଲେ । ଏହି ୩ ଜଣ ଗୋଟିଏ ସ୍ଥାନରେ ବାରିଷ୍ଟରୀ ପଢିଥିଲେ । ସ୍ୱାଧୀନତା ସଂଗ୍ରମାରେ ଏକାଠି ଭାଗ ନେଲେ । ଏମାନେ ପ୍ରକୃତରେ ସ୍ୱାଧୀନତାର ମହାନାୟକ ବୋଲି କହିଥିଲେ । ହେଲେ ଅଖିଳେଶଙ୍କ ଏପରି ବୟାନରେ କ୍ଷୁବ୍ଧ ହୋଇଉଠିଛନ୍ତି । ସର୍ଦ୍ଦାର ପଟେଲ ମାଟିର ମଣିଷ । ମାଟିକୁ ବୁଝି ନଷ୍ପତ୍ତିି ନେଉଥିଲେ । ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିବାକୁ ଜୀବନକୁ ବାଜି ଲଗେଇଦେଇଥିଲେ । ହେଲେ ଅଖଣ୍ଡ ଭାରତକୁ ଖଣ୍ଡ ଖଣ୍ଡ କରିଥିବା ଅଲ୍ଲି ଜିନ୍ନା କିପରି ତାଙ୍କ ସମକକ୍ଷ ହେଲେ ବୋଲି ପ୍ରଶ୍ନ କରିଛନ୍ତି ଯୋଗୀ । ଯାହାଙ୍କ ଲାଗି ଏବେବି ଭାରତ, ପାକିସ୍ତାନ ଭିତରେ ଶତ୍ରୁତା , ସୀମା ବିବାଦ ଲାଗି ରହିଛି ତାଙ୍କୁ ‘ଆଜାଦିର ମହାନାୟକ’ କହିବା ଓ ପଟେଲଙ୍କ ସହ ତୁଳନା କରିବା ନିହାତି ଲଜ୍ଜାଜନକ । ଏପରି କହି ଅଖିଳେଶ ନିଜ ତାଲିବାନୀ ମାନସିକାତାକୁ ପ୍ରକାଶ କରିଛନ୍ତି । ଏଥିପାଇଁ ଅଖିଳେଶ କ୍ଷମା ମାଗିବା ଉଚିତ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।