ଦେବଗଡର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ । ମହୁଲ ସଂଗ୍ରହ ପାଇଁ ଆସି ନିଆଁ ଲାଗାଉଛନ୍ତି ଲୋକେ, ଚୁପ ବସିଛି ବନବିଭାଗ

Advertisment
ଦେବଗଡର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ । ମହୁଲ ସଂଗ୍ରହ ପାଇଁ ଆସି ନିଆଁ ଲାଗାଉଛନ୍ତି ଲୋକେ, ଚୁପ ବସିଛି ବନବିଭାଗ

କନକ ବ୍ୟୁରୋ : ଦେବଗଡ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜଳୁଛି । ମହୁଲ ସଂଗ୍ରହ ପାଇଁ ଆସି ବିଲରେ ନିଆଁ ଲଗାଇ ଦେଉଛନ୍ତି ଲୋକେ । ଯାହା ପରବର୍ତୀ ସମୟରେ ଜଙ୍ଗଲରେ ଅଗ୍ନିକାଣ୍ଡ ସୃଷ୍ଟି କରୁଛି । ଗ୍ରୀଷ୍ମ ପ୍ରବାହ ବେଳେ ଏହି ସମସ୍ୟା ବନ ବିଭାଗର ନିଦ ହଜାଇ ଦେଇଛି । ଦିନ ଦ୍ୱିପହରରେ ରାସ୍ତା କଡ ଜଙ୍ଗଲରେ ନିଆଁ ଲାଗି ରାସ୍ତା ଉପରକୁ ମାଡି ଆସୁଥିବା ବେଳେ ରାସ୍ତାରେ ଗମନା ଗମନ କରୁଥିବା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ।

ଦେବଗଡ ବନ ଖଣ୍ଡ ଅନ୍ତର୍ଗତ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବଡବାଲିପଶି, ଖାରୁମୁଣ୍ଡା,ଟାଇଁସର ଓ ଭୁକାବେଡା ଆଦି ଅଂଚଳରେ ତାପମାତ୍ରା ବଢିବାରେ ଲାଗିଛି । ଏ ସମ୍ପର୍କରେ ଦେବଗଡ ବନଖଣ୍ଡର ଅତିରିକ୍ତ ବନଖଣ୍ଡ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ କହିଛନ୍ତି, ମହୁଲ ସଂଗ୍ରହ ପାଇଁ ଲୋକମାନେ ଜଙ୍ଗଲ ନିକଟ ବିଲରେ ନିଆଁ ସଂଯୋଗ କରି ଦେଉଥିବାରୁ ତାହା ବ୍ୟାପି ଜଙ୍ଗଲରେ ନିଆଁ ଧରୁଥିବା ବେଳେ ଏହାର ପ୍ରତିରୋଧ ପାଇଁ ଜିଲ୍ଲା ସମସ୍ତ ରେଞ୍ଜରେ ନିଆଁକୁ ଆୟତ କରିବା ପାଇଁ ୧୫ ଜଣିଆ ସ୍କାର୍ଡ ସଦାସର୍ବଦା ଜାଗ୍ରତ ଅଛନ୍ତି ବୋଲି କହିଛନ୍ତି । ପ୍ରତ୍ୟେକ ବର୍ଷ ଜଙ୍ଗଲରେ ନିଆଁ ଲାଗି ହଜାର ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହେଉଛି । ହେଲେ ନୂଆ ଜଙ୍ଗଲ ନିର୍ମାଣ ପାଇଁ ସେପରି ଆଖି ଦୃଶିଆ ବନୀକରଣ କରିବାରେ ବନ ବିଭାଗ ସଫଳ ହୋଇ ପାରିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe