କନକ ବ୍ୟୁରୋ: ଘନ ଅନ୍ଧାର ଭିତରେ ମିଞ୍ଜି ମିଞ୍ଜି ଆଲୁଅର ଦୃଶ୍ୟ ହୁଏତ ଆଖିକୁ ଦେଖିବା ପାଇଁ ଭଲ ଲାଗୁ ଯାଇପାରେ । କିନ୍ତୁ ଏହି ଆଲୁଅ ପଛରେ ଥିବା ନିଆଁ କେତେ ବଡ଼ ସଂକଟ ଆଣିପାରେ, ଅତୀତରେ ଏହାର ଅନେକ ଉଦହାରଣ ଦେଖିଛି ଓଡ଼ିଶା । ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଖରା ଦିନ ଆସିବା ଆଗରୁ ଜଙ୍ଗଲରେ ଲାଗିଛି ନିଆଁ । ଶିମିଳିପାଳ ଅଭୟାରଣ୍ୟର ପୋଡ଼ାଡ଼ିଆ ରେଞ୍ଜ ଅଞ୍ଚଳରେ ଲଗାଥିବା ନିଆଁ ଏପର୍ଯ୍ୟନ୍ତ ଆୟତକୁ ଆସିିନି । ନିଆଁ ଲାଗିବା ଯୋଗୁଁ ବିଭିନ୍ନ ଔଷଧୀୟ ଗୁଳ୍ମରୁ ନେଇ ବଡ ବଡ ଗଛ ସବୁ ପୋଡି ନଷ୍ଟ ହେବାରେ ଲାଗିଛି ।
ଅଭୟାରଣ୍ୟର ଅନନ୍ତପୁର ବିଟ୍ ଅଞ୍ଚଳର ଉପର ବାରଡାଙ୍ଗୁଆ, ସାରବସା, ଭୁଣ୍ଡାସାହି, ମାଣିକପୁର, ପଥରଖଣ୍ଡି, ଖଣ୍ଡାଚିରା, ଅନନ୍ତପୁର ଆଦି ଅଂଚଳରେ ବ୍ୟାପକ ଭାବେ ନିଆଁ ଲାଗିଛି । ପାଖାପାଖି ୨ କିଲୋମିଟରରୁ ଅଧିକ ଅଞ୍ଚଳରେ ନିଆଁ ଲାଗିଥିବା ବେଳେ ଏହା ଦ୍ରୁତ ଗୀତରେ ଏହାର ପରିସୀମା ବଢ଼ିବାରେ ଲାଗିଛି ।
ସୂଚନା ଅନୁସାରେ, ୨୦୨୧ ମସିହାରେ ଏହି ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ କ୍ରମାଗତ ୧୧ ଦିନ ଧରି ନିଆଁ ଲାଗିିଥିଲା । ଏମିତି କି ଗତବର୍ଷ ମଧ୍ୟ ବ୍ୟାପକ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଥିଲା । ଜୈବ ବିବିଧତାପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟରେ ୩ ହଜାର ପ୍ରକାରର ଗଛ, ୨୬୪ ପ୍ରକାର ପକ୍ଷୀ, ୪୨ ପ୍ରକାରର ସ୍ଥନ୍ୟପାୟୀ, ୨୯ ପ୍ରକାରର ସରିସୃପ ବସବାସ କରନ୍ତି । ତେଣୁ ଅଭୟାରଣ୍ୟର ସୁରକ୍ଷା ବହୁତ ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/02/KKU4KDBAUAI63HHGNASTXUYYMQ_size-normalized.jpg)