ସୁବର୍ଣ୍ଣପୁରରେ ଫଳ ମୂଳ କିଣିବାକୁ ଫଳ ଦୋକାନ ଗୁଡିକରେ ଲାଗିଛି ଭିଡ ,ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର ଲାଗିଛି ଭଳିକି ଭଳି ପସରା ।

259

କନକ ବ୍ୟୁରୋ:ଯୁଆଡେ ଚାହିଁବ ଭଳିକିଭଳି ଜଙ୍ଗଲଜାତ ଦ୍ରବ୍ୟ । ଖଜୁରୀ, ତାଳରୁ ନେଇ ପଣସ, ଆମ୍ବ ଓ ଚାର ଆଦି ଜଙ୍ଗଲ ଜାତ ଦ୍ରବ୍ୟ ମିଳୁଛି । ଗରମ ଗୁଳୁଗୁଳି ପରେ ବି ଲୋକେ ଧାଡି ଲଗାଇ ଏହି ଫଳମୂଳ ସବୁ କିଣି ନେଉଛନ୍ତି । ପ୍ରବଳ ଖରାରେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ କିଣିବାକୁ ସହରୀ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ତେବେ ସୁବର୍ଣ୍ଣପୁରରେ ଆଜି ଲୋକଙ୍କ ପସନ୍ଦ ପାଲଟିଛି ଏହି ସବୁ ଫଳମୂଳ ।

ଲୋକଙ୍କ ପସନ୍ଦିଆ ଜିନିଷ ସବୁ ପାଲଟିଛି ଜଙ୍ଗଲଜାତ ଦ୍ରବ୍ୟ ସବୁ । ଖରା ହେଉ କି ବର୍ଷା ଏହି ଫଳମୂଳ କିଣିବାକୁ ସହର ଭିତରୁ ଛୁଟି ଆସିଥାନ୍ତି ଲୋକମାନେ । ସହର ଭିତରେ ରହୁଥିବା ଲୋକମାନଙ୍କ ଖାଦ୍ୟପେୟ ଭିନ୍ନ ଥିବା ବେଳେ ଅଦନିରେ ମିଳୁଥିବା ଜଙ୍ଗଲୀ ଫଳ ପାଇବାକୁ ଦୂରଦୂରାନ୍ତରୁ ଚାଲି ଆସୁ୍ଛନ୍ତି ଯୁଗ ବଦଳିବା ସାଙ୍ଗକୁ ଖାଦ୍ୟ ପେୟ ଶୈଳୀ ବି ପରିବର୍ତନ ହେଉଛି । ହେଲେ ଏହି କିଛି ଜଙ୍ଗଲ ଜାତ ଦ୍ରବ୍ୟ କିନ୍ତୁ ଲୋକଙ୍କ ପସନ୍ଦ ପାଲଟିଛି ।

ଖରା ଦିନରେଏହି ସବୁ ଫଳମୂଳ ଶରୀରକୁ ମଧ୍ୟ ବେଶ ସୁସ୍ଥ ରଖିଥାଏ । ଖରା ଗୁଳୁଗୁଳିରେ ଲୋକମାନେ ଏହି ସବୁ ଫଳମୂଳ କିଣିବାକୁ ଫଳ ଦୋକାନ ପାଖରେ ଭିଡ ଲଗାଇଛନ୍ତି । ଗାଁ ଗହଳିରୁ ଆସିଥିବା ଲୋକମାନେ ଏହି ସବୁ କିଣୁଥିବା ବେଳେ ବ୍ୟବସାୟୀ ବି ଦୁଇ ପଇସା ରୋଜଗାର କରି ବେଶ ଖୁସି ହୋଇଛନ୍ତି । ଦିନକୁ ଦିନ ଜଙ୍ଗଲ ନଷ୍ଟ ହୋଇଚାଲିଥିବା ବେଳେ ଏହି ସବୁ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ଲୋପପାଇବାରେ ଲାଗିଛି । ଏଥିପ୍ରତି ସମସ୍ତେ ସଚେତନ ହେବା ସହ ପ୍ରଶାସନ ବି ତତ୍ପର ହେବା ଜରୁରୀ ହୋଇପଡିଛି ।