କନକ ବ୍ୟୁରୋ : ରାଜ୍ୟରେ ଆଉ ୪ ଦିନ ବର୍ଷା ହେବ । ଅଧିକ ବର୍ଷା ସମ୍ଭାବନା ନଥିଲେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଘଂଟା ପରେ ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ଏହା ପରେ ରାଜ୍ୟରେ ଖରା ବଢିବା ସହ ଗରମ ମଧ୍ୟ ବଢିବ ।
ଆଜି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦିନ ତାପମାତ୍ରା ୩୨ ଡିଗ୍ରୀ ଓ ରାତିର ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ରହିବ । ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ଣରେ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ କପ୍ତିପଦାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଯାଜପୁର ଓ ଭୁବନେଶ୍ୱର ସମେତ ଗୁଣପୁର, ଟିଟିଲାଗଡ଼, ବଲାଙ୍ଗୀର, କଟକରେ ବର୍ଷା ସହ କୁଆପଥର ମାଡ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/3-26.jpg)