କେନାଲ ଅଛି, ଜମିରେ ପହଞ୍ଚୁନି ପାଣି: କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ଅଛି ବିନା ପାଣିର କେନାଲ

Advertisment
କେନାଲ ଅଛି, ଜମିରେ ପହଞ୍ଚୁନି ପାଣି: କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ଅଛି ବିନା ପାଣିର କେନାଲ

କନକ ବ୍ୟୁରୋ: କ୍ଷୁଦ୍ର ଜଳସେଚନ ବିଭାଗର ଅବହେଳା, ଖାଲି ପଡ଼ିଛି ୧୦ ହଜାର ହେକ୍ଟର ଜମି, ଚିନ୍ତାରେ ଚାଷୀ। ବୈପାରୀଗୁଡା ବ୍ଲକ ବୋଦାପୁଟ ପଞ୍ଚାୟତର ମାଳିଗୁଡା ଡ୍ୟାମ ପାଣି ଉପରେ ନିର୍ଭର କରୁଥିବା ଚାଷୀଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି। ବୋଦାପୁଟ ପଞ୍ଚାୟତର ମାଳିଗୁଡା ଡ୍ୟାମରୁ ଚିକିମା, କୁରୁକୁଟି, କୁସପାର ପକୁଲୁପୋଡା, ବୋଦାପୁଟ ଆଦି ଛଅ ଖଣ୍ଡ ଗାଁ ଚାଷୀଙ୍କ ପାଇଁ କେନାଲ ବ୍ୟବସ୍ଥା ହୋଇଛି । କିନ୍ତୁ ପ୍ରାୟ ୨୨ କି.ମି ପର୍ଯ୍ୟନ୍ତ ଲମ୍ବିଥିବା କେନାଲ ଏବେ ଚାଷୀଙ୍କ କାମରେ ଆସୁନି । ନା କେହି କେନାଲର ଯତ୍ନ ନେଉଛି ନା କେହି ମରାମତି କରୁଛି । କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା କେନାଲ ଏବେ ଘାସ ବୁଦା ହୋଇ ପଡିଛି । ଆଉ ଚାରିଆଡେ ଅଳିଆ ଆବର୍ଜନାରେ ପୋତି ହୋଇଯାଇଛି କେନାଲ। ଫଳରେ ଏବେ ଚାଷ ସମୟରେ ଜମିରେ ପାଣି ମୁନ୍ଦାଏ ବି ମାଡି ନପାରିବାରୁ ଚାଷୀ ନାହିଁ ନଥିବା ହଇରାଣ ହେଉଛନ୍ତି । ଏପରିକି ଜଳ ଅଭାବ ଯୋଗୁଁ ଅନେକଙ୍କ ଜମି ଏବେ ପଡିଆ ପଡିଛି । ବୋଦାପୁଟ ଅଂଚଳର ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ମାଳିଗୁଡା ଠାରେ ଡ୍ୟାମ ନିର୍ମାଣ କରି କେନାଲ ଦ୍ୱାରା ପାଣି ଜମିକୁ ପହଞ୍ଚିଥିଲେ । ହେଲେ ବର୍ଷେ ହେଲାଣି ଚାଷୀକୁ ମିଳୁନି ପାଣି । ଫଳରେ ଚାଷ କାମ ଆଗେଇ ପାରୁନି । ଏପଟେ ଜଳ ନପାଇ ଜଳକର ଦେଇ ଚାଷୀ ହନ୍ତସନ୍ତ ହେଉଛନ୍ତି । ସମସ୍ୟା ନେଇ ଜଳସେଚନ ବିଭଗକୁ ବହୁବାର ଜଣାଯାଇଛି । ହେଲେ ଏପର୍ୟ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିନି । ଯାହାକୁ ନେଇ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ୬ ଖଣ୍ଡ ଗାଁ ଚାଷୀ । ଏପଟେ ବିଭାଗୀୟ କତୃପକ୍ଷ କହୁଛନ୍ତି ଆମକୁ ଡ଼୍ୟାମ ମରାମତି ବାବଦକୁ ଟଙ୍କା ଆସୁନି, ଆମେ କୁଆଡୁ ଟଙ୍କା ଆଣି ମରାମତି କରିବୁ। ସରକାର ଟଙ୍କା ଦେଲେ ମରାମତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe