ମଧ୍ୟପ୍ରାଚ୍ୟରେ ଘନଉଛି ବଡ଼ ଯୁଦ୍ଧ ଆଶଙ୍କା: ଇରାନ ଆକ୍ରଣର ଜବାବ ଦେବାକୁ ଇସ୍ରାଏଲର ବଡ଼ ଯୋଜନା

128

କନକ ବ୍ୟୁରୋ: ଅଶାନ୍ତ ମଧ୍ୟପ୍ରାଚ୍ୟ । ଗତ କିଛି ମାସ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିବାବେଳେ ଏବେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏ ଯୁଦ୍ଧ ଇସ୍ରାଏଲ ଓ ଇରାନ୍ ମଧ୍ୟରେ ଆରମ୍ଭ ହୋଇଛି । ଏହାକୁ ମିଶାଇ ଏବେ ବିଶ୍ୱରେ ୪ଟି ଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଛି । ହେଲେ ଶାନ୍ତି ପ୍ରତିଷ୍ଠା କିଭଳି ହେବ ସେ ଦିଗରେ ବିଶ୍ୱର ବଡ ବଡ ନେତା ବିଫଳ ହୋଇଛନ୍ତି । ଯାହା ଅନ୍ତର୍ଜାତୀୟ ସ୍ତରରେ ଏକ ବଡ ଚିନ୍ତାର ବିଷୟ ପାଲଟିଛି ।

ଇସ୍ରାଏଲ ଉପରେ ଇରାନର ଆକ୍ରମଣ । ୩ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ । କିନ୍ତୁ ଏହାକୁ ନିଜର ହାଇପରସୋନିକ ମିସାଇଲ ବଳରେ ଦେଶକୁ ସୁରକ୍ଷା ଦେବାରେ ସଫଳ ହୋଇଛି ଇସ୍ରାଏଲ । ୩୩୧ ମିସାଇଲ ଓ ୧୮୫ଆତ୍ମଘାତୀ ଡ୍ରୋନରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ । କିନ୍ତୁ ଆଇରନ ଡୋମ ଓ ଏରୋ-୩ ହାଇପରସୋନିକ ମିସାଇଲରେ ଏହାକୁ ପ୍ରତିହତ କରିଛି ଇସ୍ରାଏଲ । ଏଥିସହ ଆଉ ଆକ୍ରମଣ କରାଯିବ ନାହିଁ ବୋଲି ଇରାନ କହିଥିବା ବେଳେ ଠିକଣା ସମୟରେ ଏହାର ଉଚିତ ଜବାବ ଦିଆଯିବ ବୋଲି ଇସ୍ରାଏଲ କହିଛି । ଯଦି ଇସ୍ରାଏଲ ଇରାନ ଉପରେ କୌଣସି ଆକ୍ରମଣ କରେ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଇରାନ ପକ୍ଷରୁ ଚେତାଇ ଦିଆଯାଇଛି । ସେପଟେ ଇରାନର କୌଣସି କ୍ଷେପଣାସ୍ତ୍ର ଇସ୍ରାଏଲ ମାଟିରେ ପଡ଼ି ନଥିବା କହିଛନ୍ତି ଇସ୍ରାଏଲ ସେନା ମୁଖପାତ୍ର । ସୂଚନା ଅନୁସାରେ,

ଇରାନ-ଇସ୍ରାଏଲ ଯୁଦ୍ଧ
ଇସ୍ରାଏଲ ଉପରେ ଇରାନର ୩୩୧ ମିସାଇଲ ଓ ୧୮୫ ଡ୍ରୋନ ମାଡ଼
୧୮୫ ଆତ୍ମଘାତୀ ଡ୍ରୋନକୁ ଧ୍ୱଂସ କରିଛି ଇସ୍ରାଏଲ ମିସାଇଲ
୧୧୦ ବାଲାଷ୍ଟିକ ମିସାଇଲରୁ ୧୦୩କୁ ଧ୍ୱଂସ କଲା ଇସ୍ରାଏଲ
ଇରାନର ୩୬ କ୍ରୁଜ ମିସାଇଲକୁ ଧ୍ୱଂସ କଲା ଇସ୍ରାଏଲ
୭ ବାଲାଷ୍ଟିକ ମିସାଇଲକୁ ଧ୍ୱଂସ କରିପାରିଲାନି ଇସ୍ରାଏଲ
ଏରୋ-୩ ହାଇପରସୋନିକ ମିସାଇଲ ଇରାନର ମିସାଇଲକୁ ଧ୍ୱଂସ କଲା
ଏରୋ-୩ ମିସାଇଲ ମହାକାଶରେ ଇସ୍ରାଏଲକୁ ସୁରକ୍ଷା ଦେବାକୁ ନିର୍ମିତ

ଇସ୍ରାଏଲ ଓ ଇରାନ୍ ଭିତରେ ଯୁଦ୍ଧ ଆରମ୍ଭ ହେବା ପରେ ଏବେ ବିଶ୍ୱରେ ଜାରି ରହିଥିବା ଯୁଦ୍ଧ ତାଲିକାରେ ଆଉ ଏକ ବଡ ଲଢେଇ ସାମିଲ ହୋଇଯାଇଛି । ପୂର୍ବରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧର ପରିଣତି ଦେଖିଛି ବିଶ୍ୱ । ହମାସ ଆତଙ୍କୀ ଇସ୍ରାଏଲରେ ଆକ୍ରମଣ କରିବା ପରଠାରୁ ଜାରି ରହିଛି ଏ ଯୁଦ୍ଧ । ସେହିପରି ଫେବ୍ରୁଆରୀ ୨୦୨୨ରୁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ବି ବର୍ତମାନ ସୁଦ୍ଧା କୌଣସି ସମାଧାନ ହୋଇ ପାରି ନାହିଁ । ଏବେ ବି ଦୁଇ ଦେଶ ଭିତରେ ଯୁଦ୍ଧ ଜାରି ରହିଛି । ସେହିପରି ସାଉଦି ଆରବ ଓ ଇରାନ ମଧ୍ୟରେ ବି ଯୁଦ୍ଧ ସ୍ଥିତି ଲାଗି ରହିଛି । ଗୋଟିଏ ପରେ ଗୋଟିଏ ଯୁଦ୍ଧ ବିଶ୍ୱକୁ ଏକ ଭୟଙ୍କର ଦିଗକୁ ନେଇଯାଉଛି । ଆଉ ଜାତିସଂଘ ଏ ଦିଗରେ କୌଣଶି ସ୍ଥାୟୀ ସମାଧାନ ବାହାର କରିବା କି ଶାନ୍ତି ପ୍ରତିଷ୍ଠା କରିବାରେ ସକ୍ଷମ ହୋଇ ପାରି ନଥିବା କୁହାଯାଉଛି । ବାରମ୍ବାର ବାରମ୍ବାର ଯୁଦ୍ଧ ଭଳି ସ୍ଥିତିରେ ୟୁଏନ୍ଏସସି କାହିଁକି କୌଣସି ପଦକ୍ଷେପ ନେଉ ନାହିଁ, ସେନେଇ ପ୍ରଶ୍ନ ଉଠିଛି ।