ଜ୍ଞାନବାପୀ ମସଜିଦ ପରିସରରେ ଅଛି ବଡ ହିନ୍ଦୁ ମନ୍ଦିର । ଆଇନଜୀବୀ କହିଲେ ମନ୍ଦିର ଥିବା ନେଇ ରହିଛି ୩୨ ଟି ପ୍ରମାଣ ।

154

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବାରଣାସୀ ଜ୍ଞାନବାପୀ ମସଜିଦ ପରିସରରେ ଅଛି ବଡ ହିନ୍ଦୁ ମନ୍ଦିର । ଏଏସଆଇ ସର୍ଭେ ରିପୋର୍ଟକୁ ନେଇ ଚର୍ଚ୍ଚା । ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ହିନ୍ଦୁ ପକ୍ଷଙ୍କ ଆଇନଜୀବୀ ବିଷ୍ଣୁଶଙ୍କର ଜୈନ । ମସଜିଦ ପୂର୍ବରୁ ସେଠାରେ ମନ୍ଦିର ଥିବା ନେଇ ରହିଛି ୩୨ ଟି ପ୍ରମାଣ ଥିବା କହିଛନ୍ତି ଆଇନଜୀବୀ ।

ଜ୍ଞାନବାପୀ ମସଜିଦ ପରିସରରେ ହିନ୍ଦୁ ମନ୍ଦିର ଥିବା ହିନ୍ଦୁ ପକ୍ଷ ଦାବି କରିବା ପରେ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜ୍ଞାନବାପୀ ମସଜିଦ ପରିସରରେ ଏଏସଆଇ ସର୍ଭେ କରାଯାଇଥିଲା । ସର୍ଭେରୁ ଜଣାପଡିଛି, ମସଜିଦର ସମସ୍ତ ଖମ୍ବ ପ୍ରଥମେ ମନ୍ଦିରର ଥିଲା । ଏଗୁଡିକୁ ରୂପାନ୍ତରଣ କରାଯାଇ ମସଜିଦରେ ବ୍ୟବହାର କରାଯାଇଛି । ଗତ ଡିସେମ୍ବର ୧୮ ତାରିଖରେ ଏଏସଆଇ ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ କରିଥିଲା । ତେବେ ବୁଧବାର କୋର୍ଟ ଉକ୍ତ ରିପୋର୍ଟକୁ ସବୁ ପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।