୨୦୧୮ ରେ ରତ୍ନଭଣ୍ଡାର ଭିତରେ ସାପ ଥିବା ନେଇ ହୋଇଥିଲା ଚର୍ଚ୍ଚା। ଆଜି ରତ୍ନଭଣ୍ଡାର ଭିତରୁ କମିଟି ସଦସ୍ୟ ବାହାରିବା ପରେ ପଢନ୍ତୁ କ’ଣ କହିଲେ

2,599

କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ତା ଭିତରେ ସାପ ଥିବା ନେଇ ବାରମ୍ବାର ଚର୍ଚ୍ଚା ହେଉଥିଲା । ଏହାସହ ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ରତ୍ନଭଣ୍ଡାର ଭିତରେ ସାପ ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ହେଲେ ଆଜି ୧୫ ଜଣିଆ କମିଟି ସଦସ୍ୟମାନେ ରତ୍ନଭଣ୍ଡାରର ପ୍ରଥମ ଗୃହକୁ ପ୍ରବେଶ କରି ଫେରିଛନ୍ତି । ସେମାନେ ବାହାରକୁ ଆସିବା ପରେ ରତ୍ନଭଣ୍ଡାର ଭିତରେ କୌଣସି ସାପ ନଥିବା କଥା କହିଛନ୍ତି । ସାପ ଥିବା ଚର୍ଚ୍ଚା ଭିତରେ କମିଟି ସଦସ୍ୟ ଭିତରକୁ ଯିବା ପୂର୍ବରୁ ସ୍ନେକ ହେଲପଲାଇନକୁ ପ୍ରସ୍ତୁତ କରାଯାଇଥିଲା । ସେପଟେ ଜଣେ ସେବାୟତ କହିଛନ୍ତି କି, ରତ୍ନଭଣ୍ଡାର ଭିତରେ ପାଣି ରହିଛି ।