କନକ ବ୍ୟୁରୋ: ରାଜ୍ୟରେ ୨୫ ବର୍ଷ ମଧ୍ୟରେ ୯ ଥର ହେଲାଣି ମରୁଡି । ଜଳବାୟୁ ଅଭାବ ଯୋଗୁ ଉପଜିଛି ଏପରି ସ୍ଥିତି । ଯେଉଁ କାରଣରୁ ଫସଲହାନୀ ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ । ବୈଜ୍ଞାନିକଙ୍କ ମତରେ ବର୍ତ୍ତମାନର ବର୍ଷାର ସ୍ଥିତିକୁ ଦେଖି ପଞ୍ଚାୟତସ୍ତରରେ ବର୍ଷା ମନିଟରିଂ କରାଯାଇ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ । ରାଜ୍ୟ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ୧୯୯୬, ୧୯୯୮, ୨୦୦୦, ୨୦୦୨, ୨୦୧୦, ୨୦୧୧, ୨୦୧୫ ରାଜ୍ୟରେ ମରୁଡି ହୋଇ ଚାଉଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।
୧୯୯୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ୧୫୦୨.୫ ମିଲିମିଟର ବର୍ଷାର ଆବଶ୍ୟକତା ଥିଲା କିନ୍ତୁ ଏହି ସମୟରେ କମ୍ ବର୍ଷା ଯୋଗୁ ଉତ୍କଟ ମରୁଡି ହୋଇଥିଲା । ୧୯୯୬ ଓ ୧୯୯୮ ମସିହାରେ ୩୮.୨୭ ଲକ୍ଷ ମେଟ୍ରିକ୍ ଟନ୍ ଓ ୧୯୯୮ରେ ୪୮.୮୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା । ଯାହାକି ୧୯୯୭ ମସିହାଠାରୁ ୧୦ ଲକ୍ଷ ମେଟ୍ରିକ୍ ଟନ୍ କମ୍ । ଓଡ଼ିଶାରେ ଏପରି ମରୁଡି ସ୍ଥିତି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି ପାଣିପାଗ ବିଶେଷଜ୍ଞ । ପଞ୍ଚାୟତ ସ୍ତରରେ ଡାଏନାମିକ୍ କଣ୍ଟିଜେନ୍ ପ୍ଲାନିଂ ହେଲେ ଅନାବୃଷ୍ଟିରୁ ରକ୍ଷା ମିଳିବ । ଯେଉଁଥିରେ ମାଟି ଅନୁସାରେ କେଉଁ ପ୍ରକାର ଫସଲ କରାଯିବା ଉଚିତ ଏହାକୁ ନେଇ ପରାମର୍ଶ ଦିଆଯାଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/DARUGHT.jpg)