କନକ ବ୍ୟୁରୋ : ଏଏଫସି ମହିଳା ଏସିଆ କପ୍ ୨୦୨୧ ପାଇଁ ଜାତୀୟ ସିନିୟର ମହିଳା ଫୁଟବଲ ଦଳରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ ଖେଳାଳୀ । ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ଖେଳାଳୀ ହେଲେ ପ୍ୟାରୀ ଜାଜା ଏବଂ ମନୀଷା ପାନା । ଆସନ୍ତା ବର୍ଷ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ୟୁଏଇ ଏବଂ ବାହାରିନରେ ହେବ ଅଭ୍ୟାସ ମ୍ୟାଚ । ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧୪ ତାରିଖ ଯାଏ ଅଭ୍ୟାସ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିପାଇଁ ଦୁଇ ଓଡ଼ିଶା ଖେଳାଳୀଙ୍କ ସହ ପୁରା ଟିମ୍ ୟୁଏଇ ଗସ୍ତରେ ବାହାରିଛନ୍ତି । ଜାତୀୟ ଦଳରେ ସ୍ଥାନ ପାଇଥିବା ଏହି ଦୁଇ ଓଡ଼ିଆ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛି ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ।