ରିଷି କପୁରଙ୍କ ଜୀବନରେ କିଛି ଅକୁହା କଥା

98

କନକ ବ୍ୟୁରୋ : ବଲିଉଡର ଜଣାଶୁଣା ଅଭିନେତା ରିଷି କପୁର ଆଉ ଆମ ଗହଣରେ ନାହାନ୍ତି । ହେଲେ ଆଜି ବି ତାଙ୍କର ସିନେମା ଦେଖିଲା ବେଳେ ତାଙ୍କ ସ୍ମୃତି ଆମ ମନରେ ପୁଲିକିତ ହୋଇ ଉଠେ । ଆଜି ହେଉଛି ତାଙ୍କର ଜନ୍ମଦିନ । ତାଙ୍କ ଜନ୍ମ ଦିନରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇ ଆମେ ଆପଣଙ୍କୁ ତାଙ୍କ ଜୀବନର କିଛି ଅଭୁଲା ସ୍ମୃତି କହିବାକୁ ଯାଉଛୁ ।

ସମୟ ଥିଲା ଚଳଚିତ୍ର ନିର୍ମାତାମାନେ ସିନେମା ନିର୍ମାଣ କରିବା ବେଳେ ପ୍ରଥମେ ରିଷି କପୁରଙ୍କୁ ତାଙ୍କ ସିନେମାରେ ନେବାକୁ ପ୍ରଥମ ପସନ୍ଦ କରୁଥିଲେ । କେବଳ ସେତିକି ନୁହେଁ ସେତେବେଳେ ଚଳଚିତ୍ର ପ୍ରେମୀ ମାନଙ୍କର ହିରୋ ଭାବେ ରିଷି କପୁର ବି ପ୍ରଥମ ପସନ୍ଦ ଥିଲେ । ହେଲେ ବ୍ୟକ୍ତିଗତ ଜୀବନରେ ରିଷି କପୁର ସିଗାରେଟ ପ୍ରିୟ ଥିଲେ । ଅଳ୍ପ କିଛି ସମୟ ବ୍ୟବଧାନରେ ସେ ସିଗାରେଟ ପିଇବାକୁ ବେସ ପସନ୍ଦ କରୁଥିଲେ । ହେଲେ ଏମିତି ଏକ ସମୟ ତାଙ୍କ ଜୀବନରେ ଆସିଲା ଯେ ତାଙ୍କୁ ପୁରା ସିଗାରେଟ୍ ଛାଡିବାକୁ ପଡିଲା ।

ରିଷି କପୁରଙ୍କ ବହି ‘ଖୁଲମ ଖୁଲା’ ମାଧ୍ୟମରେ ତାଙ୍କ ଜୀବନର ଅନେକ ଅକୁହା କାହାଣୀ ପଦାକୁ ଆସିପାରିଥିଲା । ରିଷି କପୁର ବହୁତ ସିଗାରେଟ୍ ଟାଣୁଥିବା ବେଳେ ଏହା ତାଙ୍କ ଝିଅ ରିଦ୍ଧିମାଙ୍କୁ ପସନ୍ଦ ନଥିଲା । ତେଣୁ ବାଧ୍ୟ ହୋଇ ରିଷି ସିଗାରେଟ ଛାଡିଥିଲେ ।

ଦିବଙ୍ଗତ ଅଭିନେତା ରିଷି କପୁର ତାଙ୍କ ସମୟରେ ବଲିଉଡରେ ଜଣେ ଚକୋଲେଟ ହିରୋ ଭାବେ ବେସ୍ ପରିଚିତ ଥିଲେ । ସେ ତାଙ୍କ ଜୀବନ କାଳରେ ଅନେକ ସିନେମାରେ ଅଭିନୟ କରିଥିବା ବେଳେ ବିଶେଷ ଭାବେ ପୁଅ, ପ୍ରେମିକ, ସ୍ୱାମୀ ଓ ବାପା ଭୂମିକାରେ ଅଭିନୟ କରି ବେସ ପ୍ରଶଂସା ସାଉଣ୍ଟିଛନ୍ତି । ଆମ ମାନଙ୍କ ପାଇଁ ଦୁଖ ଯେ ସେ ଏବେ ଆମ ଗହଣରେ ନାହାନ୍ତି । ସେପ୍ଟେମ୍ବର ୪ ତାରିଖରେ ଜନ୍ମ ଏହି ମହାନ କଳାକାରଙ୍କୁ ଏବେ ବି ଝୁରୁଛି ବଲିଉଡ ଇଣ୍ଡଷ୍ଟ୍ରୀ । ସେ ବଲିଉଡରେ ଯେମିତି ଜଣେ ଭଲ କଳାକାର ଥିଲେ ସେହିଭଳି ନିଜ ପରିବାର ମଧ୍ୟରେ ବି ସେ ବେସ୍ ପ୍ରିୟ ଥିଲେ ।