କନକ ବ୍ୟୁରୋ: ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ମନମୋହନ ସାମଲ । ସେ କହିଛନ୍ତି ନବୀନଙ୍କ ଠାରୁ ଭଲ ମୁଖ୍ୟମନ୍ତ୍ରୀ ହୋଇପାରିବା ଲୋକ ଅଛନ୍ତି, ଓଡିଶାକୁ ୧୦୦ ବର୍ଷ ପଛକୁ ନେଇଯାଇଛନ୍ତି ନବୀନ ।
ସେ ଅଭିଯୋଗ କରିଛନ୍ତି ରାଜ୍ୟରେ ଯେଉଁ ଅସନ୍ତୋଷ ରହିଛି ତାହା ବିସ୍ଫୋରଣ ହେବ । ରାଜ୍ୟ ଆଗକୁ ଯିବା ପରିବର୍ତ୍ତେ ୧୦୦ ବର୍ଷ ପଛକୁ ଚାଲିଯାଇଛି । ଆମକୁ ସଙ୍କଳ୍ପ ନେବାକୁ ପଡିବ ଯେ ଆମେ ଆମ ଦାୟିତ୍ୱ ନିଜେ ନେବା । ୭୫ ବର୍ଷରେ ହୋଇନଥିବା କାମ ପାଇଁ ବିଜେପି ସରକାରରେ ନକ୍ସା ପ୍ରସ୍ତୁତ ହେବ । ଦଳ ସରକାରରେ ଆସିବା ପରେ ଲୋକେ ଆଉ ଦାଦନ ଖଟିବାକୁ ଯିବେ ନାହିଁ । ଚାଷୀଙ୍କର ବିକାଶ ହେବ । ବିଜେପି ହେଉଛି ବିକାଶ ଆଉ ଏହି ବିକାଶକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରାଯିବ । ଏବେ ଯେଉଁ ସ୍ଥିତି ରହିଛି ଆମେ ଶୋଇବୁ ନାହିଁ କି ନବୀନ ବାବୁଙ୍କୁ ଶୋଇବାକୁ ଦେବୁ ନାହିଁ ।
Follow Us