କନକ ବ୍ୟୁରୋ: ୩ ଦଫା ଦାବି ନେଇ ରାଜଧାନୀରେ ଜାରିରହିଛି ଶିକ୍ଷକ ଆନ୍ଦୋଳନ । ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ଚାଲିଥିବା ଅନ୍ଦୋଳନର ପ୍ରଭାବ ଗାଁ ଗହଳିରେ ଦେଖିବାକୁ ମିଳିଛି । ଆନ୍ଦୋଳନ ଯୋଗୁଁ ଗ୍ରାମାଞ୍ଚଳର ବିଦ୍ୟାଳୟ ମାନଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ତେବେ ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଳକରେ ୧୫୮ଟି ବିଦ୍ୟାଳୟରେ ଶିକ୍ଷକ ଶୁନ୍ୟ ହୋଇପଡ଼ିଛି । ୧୧୮ଟି ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । କାମଚଳା ପାଇଁ ନିକଟସ୍ଥ ସ୍କୁଲରୁ ଜଣେ ଲେଖାଏଁ ଶିକ୍ଷକଙ୍କୁ ଡେପୁଟେସନରେ ପଠାଯାଇଛି ।
ମୁନିଗୁଡା ବ୍ଳକର ପାତ୍ରଗୁଡ଼ା ଗାଁରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ନିକଟସ୍ଥ ଏକ ସ୍କୁଲରୁ ଜଣେ ଶିକ୍ଷକ ଏହି ସ୍କୁଲରେ ନିୟୋଜିତ ଅଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢୁଥିବା ବେଳେ ଜଣେ ଶିକ୍ଷକ ୭ଟି ଶ୍ରେଣୀକୁ ପାଠପଢାଉଥିବା ଦେଖିବାକୁ ମିଳିଛି । ଯାହାଦ୍ୱାରା ପିଲାମାନଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି ।
Follow Us