କନକ ବ୍ୟୁରୋ: ପୁରୀ ଜିଲ୍ଲା ପିପିଲି ବ୍ଲକ ଚନ୍ଦ୍ରାଦେଇ ପୁର, ସରସ୍ବତୀପୁର, ରଥପୁରସ୍ତମପୁର, ରୁପୁଦେଇ ପୁର ପଂଚାୟତର ଅନେକ ଗୋପାଳକ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ମୋ ଗୁହାଳ ଯୋଜନାରୁ ବଞ୍ଚିତ ଅଛନ୍ତି ବୋଲି ଆଣୁଛନ୍ତି ସଂଗୀନ ଅଭିଯୋଗ । ଗୁହାଳ ବଦଳରେ ଭାର୍ଗବୀ ନଦୀ ବନ୍ଧ ପାଲଟିଛି ଗୋରୁ ଗାଈଙ୍କ ବାସସ୍ଥଳୀ ।

ଗୁହାଳ ବଦଳରେ ନଦୀ ବନ୍ଧ ପାଲଟିଛି ଗୋରୁ ଗାଈଙ୍କ ଆଶ୍ରୟ ସ୍ଥଳୀ । ଖରାବର୍ଷାରୁ ନେଇ ଶୀତ କାକରରେ ପଡି ରହିଛନ୍ତି ଶହଶହ ଗୋରୁ । ଗାଁରେ ଏମାନଙ୍କ ବାସସ୍ଥଳୀ ନଥିବାରୁ ବାହାରେ ବୁଲୁଛନ୍ତି । ଗାଁରେ ଲୋକମାନ ମୋ ଗୁହାଳ ଯୋଜନା ପାଇଁ ବହୁବାର ଆବେଦନ କରିଥିଲେ । ହେଲେ କୌଣସି ସୁଫଳ ମିଳିପାରିନି । ସରକାର ଯୋଜନା ମାଧ୍ୟମରେ ସହାୟତା ରାଶି ଦେଉଛନ୍ତି । ସେହିଭଳି ପିପିଲି ବ୍ଲକରେ ୧୦୦ ଜଣ ଗୋପାଳକ ହିତାଧିକାରୀ ନିଜର ଗୁହାଳ କାମ ସମ୍ପୁର୍ଣ୍ଣ କରିସାରିଥିଲେ ବି ପର୍ଯ୍ୟନ୍ତ ପୁରା ଟଙ୍କା ସେମାନଙ୍କୁ ମିଳିପାରିନି । ମାତ୍ର ୬୦ ହଜାର ଟଙ୍କାରେ ସରିଯାଇଛି ସମସ୍ତ କାମ । ସେପଟେ ଗୁହାଳ ଘର ନଥିବାରୁ ନଦୀ ବନ୍ଧରେ ବର୍ଷ ବର୍ଷ ଧରି ରହୁଛନ୍ତି ଗୋରୁ ଗାଈ ମାନେ ।

ଚଳିତ ବର୍ଷ ମୋ ଗୁହାଳ ପାଇଁ ସରକାରଙ୍କ ପକ୍ଷରୁ ପିପିଲି ବ୍ଳକକୁ କୌଣସି ସହାୟ୍ତା ରାଶି ଆସିନାହିଁ । ତା ଛଡା ପୁରୁଣା ହିତଧିକାରୀ ମାନେ ତାଙ୍କର ସମ୍ପୁର୍ଣ୍ଣ ରାଶି ପାଇନଥିବାବେଳେ ନୂଆ ହିତାଧିକାରୀଙ୍କ ପାଇଁ କୌଣସି ଅନୁଦାନ ଆସିନି । ଯାହାଫଳରେ କାହାକୁ ମୋ ଗୁହାଳ ଘର ଦିଅଯାଇପାରିବନି ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି । ଗାଁର ଲୋକଙ୍କୁ ମୋ ଗୁହାଳ ଯୋଜନାରେ ଘର ଯୋଗାଯାଇପାରିଲେ ବହୁ ଗୃହପାଳିତ ଜୀବ ଉପକୃତ ହୋଇପାରିବେ ।