କନକ ବ୍ୟୁରୋ: ଠାକୁର ଘରେ ଶୋଭା ପାଉଛନ୍ତି ଶ୍ରୀଜିଉ । ତିନିଠାକୁରଙ୍କ ଫଟୋ ସହ ଶ୍ରୀଗଣେଶ ଏବଂ ବିଷ୍ଣୁ ଅବତାରଙ୍କ ଫଟୋ ଚିତ୍ର ମଧ୍ୟ ରହିଛି । ପାଖରେ ହନୁମାନ ଚାଲିସା ରଖାଯାଇଛି । ଠାକୁର ପୂଜା ପାଉଥିବା ଏହି ଘରର ଠିକଣା ହେଉଛି, ସିଡିଏ-୬, କଟକ । ଯେଉଁ ଘରେ ରୁହନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ।
ଧର୍ମ ପରିବର୍ତନ ନେଇ ଶ୍ରେୟାଙ୍କ ପକ୍ଷରୁ ହେଉଥିବା ଅଭିଯୋଗ ଏବଂ ଅଭିଯୋଗ ଉପରେ ହ୍ୟୁମାନ ରଖୁଥିବା ସଫେଇ ଭିତରେ, ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି, ଯାହା ହୁଏତ ଭିନ୍ନ ଏକ ଦିଗକୁ ଇସାରା କରୁଛି । ହ୍ୟୁମାନ ସାଗରଙ୍କ କଟକ ଘରେ, ନିର୍ଦ୍ଦିଷ୍ଟ ଭାବରେ ଏକ ପୂଜାଘର ରହିଛି । ଯେଉଁଠି ଓଡ଼ିଆଙ୍କ ଆରାଧ୍ୟ ଠାକୁର ଜଗନ୍ନାଥଙ୍କ ଫଟୋ ଚିତ୍ର ରହିଛି ।
ଶ୍ରେୟାଙ୍କ ଧର୍ମ ପରିବର୍ତନ କରିବା ପାଇଁ ହ୍ୟୁମାନ ସାଗର ଏବଂ ତାଙ୍କ ମା’ ବାରମ୍ବାର ଚାପ ପକାଉଥିବା, ଶ୍ରେୟାଙ୍କ ଓକିଲ ଅଭିଯୋଗ କରିଥିଲେ । କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ହ୍ୟୁମାନ ସାଗର ଏବଂ ତାଙ୍କ ମା’ । ହ୍ୟୁମାନ କହିଛନ୍ତି- ଘରୁ ବାହାରିବା ପୂର୍ବରୁ ପୂଜା ଘରେ ମୁଣ୍ଡିଆ ମାରି କାମକୁ ଯାଆନ୍ତି । ଧର୍ମପରିର୍ତନ କଥାରେ କୌଣସି ସତ୍ୟାତା ନାହିଁ ।
ହ୍ୟୁମାନ ଏବଂ ଶ୍ରେୟାଙ୍କ ଭିତରେ ସୃଷ୍ଟି ହୋଇଥିବା ଦାମ୍ପତ୍ୟ କଳି, ଭିତରେ ଧର୍ମାନ୍ତିକରଣର ଅଭିଯୋଗକୁ ନେଇ ଉଠିଛି ଅନେକ ପ୍ରଶ୍ନ ?
-ସତରେ କ’ଣ ହ୍ୟୁମାନ, ଶ୍ରେୟାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ?
-ହିନ୍ଦୁରୁ ଖ୍ରୀଷ୍ଟିଆନ୍ ହେବା ପାଇଁ ହ୍ୟୁମାନଙ୍କ ପରିବାର ପକ୍ଷରୁ କ’ଣ ସତରେ ଚାପ ପକାଯାଉଥିଲା?
- ନା’ ଘର କଳିକୁ ଆଉ ଏକ ଭିନ୍ନ ଦିଗରେ ମୋଡ଼ି ଦେବାକୁ ଉଦ୍ୟମ କରାଯାଉଛି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/21-16.jpg)