ହାତରୁ ସରୁଛି ସମୟ,ଜମୁଛି ପ୍ରଚାର । ଜି.ଉଦୟଗିରି ଆସନ ପାଇଁ ନିର୍ବାଚନ ମଇଦାନ ୮ ପ୍ରାର୍ଥୀ । ଜନତାଙ୍କ ଆକଳନ ଏଥର ପ୍ରଧାନ ବନାମ ପ୍ରଧାନ ।

82

କନକବ୍ୟୁରୋ :ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଚାର ପାଇଁ ଆଜିକୁ ମିଶାଇ ମାତ୍ର ୪ ଦିନ ଅଛି । କନ୍ଧମାଳ ସଂସଦୀୟ କ୍ଷେତ୍ରର ଜି. ଉଦୟଗିରି ବିଧାନସଭା ଦଖଲ ପାଇଁ ନିଜ ସମର୍ଥକଙ୍କୁ ନେଇ ହାଇ-ଭୋଲଟେଜ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ହାଟ, ବଜାର, ଗାଁ ଗାଁ ବୁଲି ବାଇକ୍ ରାଲି ଓ ସଭା ସମିତି କରି ଭୋଟରଙ୍କୁ ଅକୃଷ୍ଟ କରୁଛନ୍ତି । ନିଜ ନିଜ ଗ୍ୟାରେଂଟି ଦେଇ ଭୋଟ ଭିକ୍ଷା କରୁଛନ୍ତି ।

ଆସନ୍ତା ୨୦ ତାରିଖରେ ଭୋଟ ଦେବେ ଜି.ଉଦୟଗିରି ଭୋଟର । ଇଭିଏମ୍ରେ ସିଲ୍ ହେବ ପ୍ରାର୍ଥୀଙ୍କ ଭାଗ୍ୟ । ଏହାପୂର୍ବରୁ ଜମୁଛି ପ୍ରଚାର । ପ୍ରଚାର ପାଇଁ ହାତରେ ଆଉ ଅଧିକ ସମୟ ନାହିଁ, ତେଣୁ ହାଟ ବଜାର, ଗାଁ ଗାଁ ବୁଲି ବାଇକ୍ ରାଲି ଓ ସଭା ସମିତି କରି ଭୋଟରଙ୍କୁ ଅକୃଷ୍ଟ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ । ମୋଦୀଙ୍କ ସାବକା ସାଥ ସାବକା ବିକାଶ ଓ ସାବକା ବିଶ୍ୱାସ ନାରା ଦେଇ ଭୋଟ ମାଗୁଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ।

ବିଜେଡିରୁ ଜି.ଉଦୟଗିରି ଆସନ ପାଇଁ ଫାଇଟ୍ କରୁଛନ୍ତି ବିଧାୟକ ତଥା ପୂର୍ବତନ ଉପ ବାଚସ୍ପତି ସାଲୁଗା ପ୍ରଧାନ । ଗାଁ ଗାଁ ବୁଲି ରାଜ୍ୟ ସରକାରଙ୍କ ୫ଟି ଗ୍ୟାରେଂଟି ଓ ନବୀନ ଇଞ୍ଜିନ ଉପରେ ପୁଣି ଥରେ ଭରସା କରିବାକୁ ଅନୁରୋଧ କରୁଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ପ୍ରଧାନ ମଧ୍ୟ ପ୍ରଚାର ଦୌଡରେ ବେଶ ଆଗରେ ରହିଛନ୍ତି । ଗାଁ ଗଣ୍ଡା ଓ ହାଟ ବଜାର ବୁଲି ଭୋଟରଙ୍କୁ ଭୋଟୁଛନ୍ତି ।

ଉଭୟ ବିଜେଡି ଓ ବିଜେପି ସରକାର ଦୁଇ ଦଳ ଯାଆଁଳା ଭାଇ ତେଣୁ ଜି.ଉଦୟଗିରି ଭୋଟର ଏଥର କଂଗ୍ରେସ ସପକ୍ଷରେ ମତ ଦେବେ ବୋଲି ସେ ଦୃଢୋକ୍ତି କରିଛନ୍ତି । ଜି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ମୋଟ ୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ତେବେ ଏଠାରେ ବିଜେଡ-ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରୀମୁଖୀ ପ୍ରତିଦ୍ୱନ୍ଦିତା ହେବା ଲକ୍ଷ କରାଯାଉଛି ।